ଅଷ୍ଟ୍ରେଲିଆ ଟିମକୁ ଝଟକା, ୨୩ ବର୍ଷୀୟ ଅଲରାଉଣ୍ଡରଙ୍କ ପରଲୋକ

ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ୫ଟି ମାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆରେ ଖେଳାଯାଉଛି । ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ୨୩ ବର୍ଷୀୟ ଅଲରାଉଣ୍ଡର ଆଦି ଡେଭ ମୃତ୍ୟୁ ହୋଇଛି । କ୍ରିକେଟରଙ୍କ ମ୍ତ୍ୟୁ ବିଷୟରେ ଡେଭିନ କ୍ରିକେଟ କ୍ଲବ ସୂଚନା ଦେଇଛି । ଫେସବୁକ ପେଜରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଡେଭ ଜଣେ ଅଲରାଉଣ୍ଡର ଖେଳାଳି । ବାମହାତୀ ସ୍ପିନର ଭଲ ଭଲ ବ୍ୟାଟରଙ୍କୁ ଆଉଟ୍ କରିଛନ୍ତି । ଡେଭ ପ୍ରଥମ ଥର ୧୫ ବର୍ଷ ବୟସରେ ଚର୍ଚ୍ଚାକୁ ଆସିଥିଲେ । ୨୦୧୭ରେ ଖେଳାଳି ଇଣ୍ଟ୍ରା ସ୍କ୍ବାର୍ଡରେ ଡେଭିଡ ୱାନର ଏବଂ ଷ୍ଟିଭ ସ୍ମିଥ ସହିତ ମ୍ୟାଚ ଖେଳିଛନ୍ତି । ଏହି ସମୟରେ କେବଳ ଫିଲ୍ଡିଂ କରିଥିଲେ ।
ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯାଇଥିଲା । ୨୯୫ ରନରେ ଜିତି ଭାରତୀୟ ଟିମ୍ ସିରିଜ ୧-୦ରେ ଆଗୁଆ ରହିଛି । ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ୬ ଡିସେମ୍ବରରୁ ଆଡଲେଡରେ ଖେଳାଯିବ ।
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ଅଭିମନୁ ଈଶ୍ବରନ, ଶୁବମନ ଗିଲ, ରବିନ୍ଦ୍ର ଜାଡେଜା, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ବିରାଟ କୋହଲି, ପ୍ରସିଦ୍ଧ କ୍ରିଷ୍ଣା, ରିଷଭ ପନ୍ତ, କେଏଲ ରାହୁଲ, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ।