ମନୋରଞ୍ଜନ
ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସ୍ପିଟାଲରେ ଭର୍ତ୍ତି

ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଠାଣେର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।
କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟି ଫେରିବା ପରେ ସିନ୍ଦେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ସେ ନିଜ ଗାଁ ସତାରା ଚାଲି ଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସିନ୍ଦେ ରବିବାର ସନ୍ଧ୍ୟାରେ ମୁମ୍ବାଇ ଫେରିଥିଲେ ।
ଆଜି ହିଁ ମହାୟୁତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିଲା, କିନ୍ତୁ ଏହା ପୂର୍ବରୁ ସିନ୍ଦେ ଅସୁସ୍ଥ ହୋଇପଡ଼ିଛନ୍ତି । ଡାକ୍ତରମାନେ ତାଙ୍କୁ କିଛି ଟେଷ୍ଟ କରାଇବାକୁ କହିଛନ୍ତି । ଏକନାଥ ସିନ୍ଦେଙ୍କ ପୁଅ ସାଂସଦ ତଥା ଡାକ୍ତର ଶ୍ରୀକାନ୍ତ ସିନ୍ଦେ ତାଙ୍କ ସହିତ ଅଛନ୍ତି । ଡାକ୍ତରୀ ଟିମ୍ ତାଙ୍କର କିଛି ଟେଷ୍ଟ୍ କରିବେ ଏବଂ ଏହାପରେ ରିପୋର୍ଟ ଦେବେ । ସିନ୍ଦେ ଜ୍ୱର ଏବଂ ଗଳା ସଂକ୍ରମଣରେ ପୀଡ଼ିତ ।