ରାଜନୀତି
ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ

ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ହାତେଇଛନ୍ତି ରାସନ କାର୍ଡ। ସରକାରୀ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସରେଣ୍ଡର ପାଇଁ ଅପିଲ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ମନ୍ତ୍ରୀ କହିଲେ, ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ କରାଯାଉଛି ନିଜ ଆଡୁ ରାସନ କାର୍ଡ ସରେଣ୍ଡର କରିଦେଲେ କିଛି ଆକ୍ସନ ହେବନାହିଁ । ତେବେ ବିଭାଗର ସୂଚନା ଅନୁଯାୟୀ ସରକାରୀ ଚାକିରି, ଶିକ୍ଷକ, ଡାକ୍ତର ସମସ୍ତେ କାର୍ଡ ହାତେଇଛନ୍ତି । ଅବଶ୍ୟ ସରେଣ୍ଡର ପାଇଁ କୌଣସି ଡେଡ ଲାଇନ ନାହିଁ। EKYC ସରିବା ପୂର୍ବରୁ ପଡି କାର୍ଡ ସରେଣ୍ଡର କରପାରିବେ ଅଯୋଗ୍ୟହିତାଧିକାରୀ ।