ବହୁ ଚର୍ଚ୍ଚିତ ହୋଟେଲ ରୁମ ରେ ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦା ଫାସ କଲା ପୋଲିସ, ହତ୍ୟାକାରୀ ଯୁବକ ଓ ମହିଳା ଗିରଫ

ବାଲେଶ୍ୱର:- ବହୁ ଚର୍ଚ୍ଚିତ ବାଲେଶ୍ୱର ସହରର ଭାସ୍କରଗଞ୍ଜ ଛକ ହୋଟେଲ ସୁରଜର ଏକ ରୁମରେ ଗତ ଗୁରୁବାର ରାତିରେ ଘଟିଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ସହଦେବଖୁଣ୍ଟା ଥାନା ପୋଲିସ। ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ନିର୍ମଳା ଗୋଛାୟତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି
ହତ୍ୟା ଘଟଣାର ସୂଚନା ଦେଇ କହିଥିଲେଯେ, ସୁରଜ ହୋଟେଲ ରୁମରେ ହତ୍ୟାର ଶିକାର ହୋଇଥିବା ମୟୁରଭଞ୍ଜ ଜିଲ୍ଳା ବେତନଟୀ ଥାନା ଦାନ୍ତିଆମୁହାଁ ନିକଟସ୍ଥ ବଡଜାମବଣୀ ଗ୍ରାମର ଆକାଶ ମହାନ୍ତ (୨୪) ଙ୍କୁ ତାଙ୍କ ବନ୍ଧୁ ରାମଚନ୍ଦ୍ର ସିଂ ଏବଂ ରାମଚନ୍ଦ୍ରର ପ୍ରେମିକା ଜେମାମଣି ସିଂ ଓରଫ ମୀନା ହତ୍ୟା କରି ଫେରାର ହୋଇ ଯାଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପୋଲିସ ପଚରା ଉଚରା କରିବା ପରେ ଜଣାପଡ଼ିଥିଲାଯେ,ଗତ ଗୁରୁବାର ଦିନ ଆକାଶ ସହିତ ରାମଚନ୍ଦ୍ର ଓ ଜେମାମଣି ମୋଟରସାଇକେଲ ଯୋଗେ ବାଲେଶ୍ୱର ଆସି ହୋଟେଲ ସୁରଜର ୫୦୨ନମ୍ବର ରୁମରେ ରହିଥିଲେ। ରାତିରେ ତିନିଜଣ ମଦ ପିଇ ନିଶାଗ୍ରସ୍ତ ହେବା ପରେ ଜେମାମଣୀ
ସହିତ ରାମଚନ୍ଦ୍ର ଶାରୀରିକ ସମ୍ପର୍କ ରଖିଥିଲା। ପରେ ଜେମାମଣି ସହିତ ଆକାଶ ଶାରୀରିକ ସମ୍ପର୍କ ରଖିବା ପାଇଁ ଜିଦ୍ ଧରିବା ଯୋଗୁଁ ରାମଚନ୍ଦ୍ର ଓ ଜେମାମଣି ହଠାତ୍ ତାକୁ ଆକ୍ରମଣକରି ଗଳାଚିପି ହତ୍ୟା କରି ହୋଟେଲ ଛାଡ଼ି ପଳାଇ ଯାଇଥିଲେ। ଶନିବାର ଦିନ ପୋଲିସ ପକ୍ଷରୁ ହୋଟେଲ ରୁମରୁ ଆକାଶର ଶବ ଉଦ୍ଧାର କରାଯାଇ ଥିଲା। ଏହି ଘଟଣାରେ ମୃତକଙ୍କ ପତ୍ନୀ ଜୟନ୍ତୀ ସାହୁ ସହଦେବଖୁଣ୍ଟା ଥାନାରେ ସ୍ୱାମୀକୁ ହତ୍ୟା କରାଯାଇ ଥିବାର ଅଭିଯୋଗ କରିଥଲେ। ସହଦେବଖୁଣ୍ଟା ଥାନା କେଶ ନଂ ୫୦୫/୨୫ ଓ ଦଫା ୧୦୩ ମୂଳେ ତଦନ୍ତ କରି ଅଭିଯୁକ୍ତ ଯୁବକ ରାମ ଙ୍କୁ ବେତନଟୀ ଏବଂ ମହିଳାଙ୍କୁ ଯାଜପୁର ରୁ ପୋଲିସ ଗିରଫ କରିଛି। ତେବେ ହୋଟେଲ ସୁରଜର ତୃତୀୟ ମହଲା ରୁମ୍ ନଂ ୫୦୨ରେ ମୃତ ଆକାଶ ଓ ତାଙ୍କ ବନ୍ଧୁ ରାମଚନ୍ଦ୍ରଙ୍କ ସହ ଜେମାମଣି ରହିଥିଲେ । ଦୁଇ ଦିନ ଧରି ରୁମ ନଖୋଲିବାରୁ ହୋଟେଲ କର୍ମଚାରୀ ସହଦେଵ ଖୁଣ୍ଟା ଥାନାରେ ଜଣାଇଥିଲେ।।ଘଟଣା ସ୍ଥଳରେ ପରିବାର ଲୋକଙ୍କ ଉପସ୍ଥିତିରେ ସହଦେବାଖୁଣ୍ଟା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ କରିଥିଲେ। ଆକାଶ ଓ ରାମଚନ୍ଦ୍ର ବିବାହିତ ଥିବାବେଳେ ସେହି ଗ୍ରାମର ଜେମାମଣି ନାମକ ବିବାହିତା ମହିଳାଙ୍କ ସହ ରାମଚନ୍ଦ୍ରଙ୍କ ପ୍ରେମ ସମ୍ପର୍କ ଥିଲା। ହତ୍ୟାର ଶିକାର ହୋଇଥିବା ଆକାଶ ନିଜ ସ୍ତ୍ରୀ ର ପରିଚୟ ପତ୍ର ଦେଖାଇ ହୋଟେଲ ରୁମ ନ ୫୦୨ ବୁକ କରିଥିଲେ ବୋଲି ସିଟି ଡିଏସପି ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ବିରଞ୍ଚି ନାରାୟଣ ସାହୁ, ଏସଆଇ ଅଭିଷେକ ସାମନ୍ତରାୟ ଉପସ୍ଥିତ ଥିଲେ।




