ଅପରାଧ
ଅଡରବଜାର ମସଜିଦ ଗଳି ରେ ୧୦୩ ଗ୍ରାମ ବ୍ରାଉନସୁଗାର ଜବତ,ମହିଳା ଗିରଫ।

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ପୋଲିସ ଅଡର ବଜାର ମସଜିଦ ଗଳି ଠାରେ ଚଢ଼ାଉ କରି ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୦୩ ଗ୍ରାମ ଓଜନର ବ୍ରାଉନସୁଗାର ଏବଂ ନଗଦ ୯ ହଜାର ୫୦୦ ଟଙ୍କା ଜବତ କରିଛି।ଗିରଫ ମହିଳା ହେଲେ ଏହି ଅଞ୍ଚଳର ସେକ ମଫି ର ସ୍ତ୍ରୀ ସୁର ମତୁନ ବିବି। ଏ ସଂପର୍କରେ ସହଦେବଖୁଣ୍ଟା ଥାନା ରେ ୮/୨୦୨୬ ଦଫା ୨୧(ବି) ମୂଳେ ମାମଲା ରୁଜୁ କରାଯାଇ ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି।




