ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ ଏହି ୫ଟି ମଞ୍ଜି, ତୁରନ୍ତ ଡାଏଟରେ କରନ୍ତୁ ସାମଲ

ଡାଇବେଟିସ୍ ଏକ ଏପରି ରୋଗ, ଯାହା ଶରୀରକୁ ଧୀରେ ଧୀରେ ଭିତରୁ ଦୁର୍ବଳ କରିଦିଏ । ଆଜି ଏହା କେବଳ ବୟସ୍କଙ୍କ ନୁହେଁ, ଯୁବପିଢ଼ିଙ୍କ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ପ୍ରତିଦିନ ବଢ଼ୁଥିବା ବ୍ଲଡ୍ ସୁଗାର କେବଳ ଶରୀରକୁ ନୁହେଁ, ହାର୍ଟ, କିଡନି, ଆଖି ଓ ସ୍ନାୟୁ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ । କେବଳ ଔଷଧ ଖାଇବା ଠିକ୍ ନୁହେଁ । ସଠିକ୍ ଖାଦ୍ୟାଭ୍ୟାସ ଓ ସୁସ୍ଥ ଜୀବନଶୈଳୀ ହିଁ ଡାଇବେଟିସ୍କୁ ନିୟନ୍ତ୍ରଣରେ ରଖିବାର ସବୁଠୁ ବଡ଼ ଅସ୍ତ୍ର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ରୋଷେଇ ଘରେ ଥିବା କିଛି ଛୋଟ ଛୋଟ ମଞ୍ଜି ଏହି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ଏଗୁଡ଼ିକ ପୋଷକ ତତ୍ତ୍ୱରେ ଭରପୂର ହେବା ସହ ବ୍ଲଡ୍ ସୁଗାରକୁ ସନ୍ତୁଳିତ ରଖିବାରେ ମଧ୍ୟ ସହାୟକ କରେ ବୋଲି ମନାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ୫ ଟି ମଞ୍ଜି ବିଷୟରେ । ଯାହା ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ଲାଭଦାୟକ ହୋଇପାରେ ।
ଚିଆ ସିଡ୍ସ : ପ୍ରତିଦିନ ଚିଆ ସିଡ୍ସ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ । ଓମେଗା-୩ ଫ୍ୟାଟି ଏସିଡ୍ ଫାଇବର ସମୃଦ୍ଧ ଚିଆ ସିଡ୍ସରେ ମିଳିଥାଏ । ଚିଆ ସିଡ୍ସରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ । ଯାହା ଖରାପ କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ । ଡାଇବେଟସ୍ ରୋଗୀମାନେ ମଧ୍ୟ ଚିଆ ସିଡ୍ସ ଖାଇବା ଉଚିତ୍ । ଏହା ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିବ ।
ଅଳସି ମଞ୍ଜି : ଅସଳି ମଞ୍ଜିରେ ଫାଇବର, ଓମେଗା-୩ଫ୍ୟାଟି ଏବଂ ପ୍ରୋଟିନ୍ ଭଳି ଉପାଦାନ ଥାଏ । ଯାହା ଆପଣଙ୍କ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଅଳସି ମଞ୍ଜି ହାର୍ଟ ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ ଏବଂ ଡାଇବେଟିସ୍ରେ ମଧ୍ୟ ଲାଭଦାୟକ ହୋଇଥାଏ ।
ସୂର୍ଯ୍ୟମୁଖୀ ମଞ୍ଜି : ଏଥିରେ ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ E ପରି ଉପାଦାନ ଥାଏ । ଯାହା ଇନସୁଲିନ୍ ସମ୍ବେଦନଶୀଳତାକୁ ସମର୍ଥନ କରେ ଏବଂ ଡାଇବେଟିସ୍ ହେବାର ଆଶଙ୍କା କମାଇପାରେ । ଟାଇପ୍-୨ ଡାଇବେଟିସ୍ରେ ସୂର୍ଯ୍ୟମୁଖୀ ମଞ୍ଜି ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଥାଏ ।
କଖାରୁ ମଞ୍ଜି : ମସ୍ତିଷ୍କକୁ ସୁସ୍ଥ, ହାର୍ଟକୁ ସୁସ୍ଥ ରଖିବା ଏବଂ ଡାଇବେଟିସ୍କୁ ନିୟନ୍ତ୍ରଣ କରିବା ପାଇଁ କଖାରୁ ମଞ୍ଜି ଖାଇବା ଉଚିତ୍ । କଖାରୁ ମଞ୍ଜିରେ ମ୍ୟାଗ୍ନେସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଓମେଗା – ୩ ଭରପୂର ରହିଥାଏ । ଯାହା ଆପଣଙ୍କ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଏହି ଉପାଦାନଗୁଡ଼ିକ ବ୍ଲଡ ପ୍ରେସର ଲେବଲକୁ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ରାଶି ମଞ୍ଜି : ପ୍ରୋଟିନ୍, ହେଲଦି ଫ୍ୟାଟ୍, ଭିଟାମିନ୍, ମିନେରାଲ୍ସ ଏବଂ ମାକ୍ରୋନ୍ୟୁଟ୍ରିଏଣ୍ଟରେ ଭରପୂର ରାଶି ମଞ୍ଜି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ । ରାଶି ମଞ୍ଜି ଖାଇବା ମଧ୍ୟ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ଗ୍ରୀଷ୍ମ ସମୟରେ ସାଲାଡରେ ରାଶି ମଞ୍ଜି ଖାଇପାରିବେ । ଶୀତଦିନେ ଆପଣ ରାଶି ମଞ୍ଜି ଏବଂ ଗୁଡରେ ତିଆରି ଗଜକ ମଧ୍ୟ ଖାଇପାରିବେ, କିନ୍ତୁ ସୀମିତ ପରିମାଣରେ । ଆପଣ ଏହାକୁ ଭଜିକରି ସାଲାଡରେ ମିଶାଇ ମଧ୍ୟ ଖାଇପାରିବେ ।




