ମନୋରଞ୍ଜନ

ଚର୍ଚ୍ଚାରେ ତାମିଲ ଅଭିନେତା ରବି ମୋହନ, ପତ୍ନୀଙ୍କ ନାଁରେ ଆଣିଲେ ଗମ୍ଭୀର ଅଭିଯୋଗ

ବର୍ତ୍ତମାନ ବ୍ୟକ୍ତିଗତ ଜୀବନ ପାଇଁ ତାମିଲ ଅଭିନେତା ରବି ମୋହନ ଶିରୋନାମାରେ ଅଛନ୍ତି । ନିକଟରେ ସୋସିଆଲ ମିଡିଆରେ ସେ ତାଙ୍କ ପତ୍ନୀ ଆରତୀଙ୍କଠାରୁ ଛାଡପତ୍ର ନେବା ଘୋଷଣା କରିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ଆରତୀଙ୍କଠାରୁ ଅଲଗା ହେବା ପରେ ଅଭିନେତାଙ୍କ ନାଁକୁ ସିଙ୍ଗର କେନିଶା ଫ୍ରାନ୍ସିସ୍ ସହିତ ଯୋଡା ଯାଉଛି । ଏହାରି ମଧ୍ୟରେ ଅଭିନେତା ଶନିବାର ଏକ ପ୍ରେସ୍ କନଫରେନ୍ସ ଆୟୋଜନ କରିଥିଲେ । ଯେଉଁଠି ସେ କାନ୍ଦି କାନ୍ଦି ତାଙ୍କ ପତ୍ନୀ ଆରତୀ ଏବଂ ତାଙ୍କ ପରିବାର ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଏଥିସହ ସେ କହିଥିଲେ ଯେ, ଛାଡପତ୍ରର ଆଇନଗତ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଅଭିନୟ କରିବେ ନାହିଁ । ଏବେ ମୋ ପିଲାମାନଙ୍କୁ ମୋ ସହିତ ଦେଖା କରିବାକୁ ଅନୁମତି ଦିଆଯାଉନାହିଁ ।

ଏହା ବ୍ୟତୀତ ଆରତୀ ନିଜର ହାତ କାଟି ମତେ ବାହା ହେବାକୁ ବ୍ଲାକମେଲ୍ କରୁଥିଲେ । ଗୋଟିଏ ଫିଲ୍ମ ପରେ ଆଉ ଏକ ଫିଲ୍ମ ପାଇଁ ସାଇନ୍ କରୁଥିଲେ । କେନିଶା ମଧ୍ୟ ସାଇବର କୁଲିଂର ଶିକାର ହୋଇଥିଲେ ।

ଅଭିନେତାଙ୍କ ପ୍ରେସ୍ କନଫରେନ୍ସ ପରେ ତାଙ୍କ ପତ୍ନୀ ଆରତୀ ରବି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆରତୀ ଏହି ପୋଷ୍ଟ ସେୟାର କରି ଲେଖିଥିଲେ ଯେ, ଶୋଇଥିବା ସିଂହକୁ କେବେ ଉଠାଅ ନାହିଁ । ଯଦି ସେ ସିଂହୀ ହୋଇଥାଏ ତେବେ ଭଗବାନ ରକ୍ଷା କରନ୍ତୁ । ମୋର ନିରବତାକୁ ଦୁର୍ବଳତା ଭାବନାହିଁ କି କୌଣସି ଫାଇଦା ଉଠାଇବାକୁ ମଧ୍ୟ ଚିନ୍ତା କରନାହିଁ । ଯଦି ଆବଶ୍ୟକ ପଡେ କିମ୍ବା ମୋ ପିଲାଙ୍କୁ ଏବଂ ମୋର ସମ୍ମାନକୁ ରକ୍ଷା କରିବାକୁ ପଡେ ତେବେ ସତ ବାହାରକୁ ଆଣିବା ସହିତ ଦୁନିଆର ସାମ୍ନା କରିବି । କାହିଁକିନା ସବୁବେଳେ ସତ୍ୟର ହିଁ ବିଜୟ ହୁଏ ।

ଅନ୍ୟପଟେ ଅଭିନେତା ରବି ମୋହନଙ୍କୁ କଳାଯାଦୁ କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ରକ୍ତ ବାନ୍ତି ହେଉଛି ବୋଲି ମଧ୍ୟ କହିଛନ୍ତି । ତାଙ୍କର ନିଜର ଆକାଉଣ୍ଟ ନାହିଁ । ଆରତୀଙ୍କ ସହ ଏକ ଜଏଣ୍ଟ ଆକାଉଣ୍ଟ ଅଛି । ଖର୍ଚ୍ଚ ପାଇଁ ଟଙ୍କା ନିଜ ହିସାବରେ ଉଠାଇ ପାରନ୍ତି ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button