ରାଜ୍ୟ

ପୂର୍ବ ଶତ୍ରୁତାରୁ ରାଜଧାନୀରେ ଆକ୍ରମଣ ଘଟଣା, ଭରତପୁର ଥାନା ଘେରାଉ କଲେ ସ୍ଥାନୀୟ ଲୋକେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଆକ୍ରମଣ ଘଟଣା । ଏହି ଆକ୍ରମଣ ମାମଲାରେ ଅଭିଯୁକ୍ତ ବିନୋଦ ବିହାରୀ ବଳଙ୍କୁ ଭରତପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଥାନା ପରିସରରେ ଦେଖାଦେଇଛି ଉତ୍ତେଜନା । ବରମୁଣ୍ଡା ହାଉସିଂ ବୋର୍ଡ ଅଞ୍ଚଳର ବାସିନ୍ଦାମାନେ ବିନୋଦଙ୍କୁ ବିନା କାରଣରେ ଗିରଫ କରାଯାଇଥିବା ଏବଂ ପୋଲିସ ଏକପାଖିଆ ଭାବେ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ଆଣିଛନ୍ତି । ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ଭରତପୁର ଥାନା ଘେରାଉ କରି ପ୍ରତିବାଦ କରିଛନ୍ତି ।

ଗାଡ଼ି ପାର୍କିଂ କୁ କେନ୍ଦ୍ର କରି ଦୁଇ ପଡ଼ୋଶୀ ଝଗଡା । ଏପଟେ ପାଲଟା ଅଭିଯୋଗ ଆଣିଲେ ବିନୋଦ ବିହାରୀ ବଳଙ୍କ ପରିବାର । ଗାଡ଼ି ନ ଉଠିବାରୁ ହୋଇଥିଲା ବଚସା । ବିନୋଦ ଙ୍କ ନାମରେ ଅଭିଯୋଗ ପରେ ବିନୋଦଙ୍କୁ କୋର୍ଟ ଫରୱାର୍ଡ କରିଚି ପୋଲିସ । ଏକ ତରଫା ନ୍ୟାୟ ହୋଇଥିବା ନେଇ ଜଗନ୍ନାଥ ବିହାରର ଅନେକ ଲୋକ ଭରତପୁର ଥାନା ଆଗରେ ଧାରଣାରେ ବସିଛନ୍ତି । ସେମାନଙ୍କୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ଥାନା ଆଗରୁ ଉଠିବେନି ବୋଲି ଜିଦ୍ ଧରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply

Your email address will not be published. Required fields are marked *

Back to top button