ଦୁର୍ଘଟଣା

Road Accident: ଗାଈକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ, ୩ ମୃତ ଓ ୮ ଆହତ

ଉତ୍ତରପ୍ରଦେଶ ହାପୁର ଜିଲ୍ଲାର ଭଢ କୋତବାଲୀ ଅଞ୍ଚଳରେ ଦିଲ୍ଲୀ-ଲକ୍ଷ୍ନୌ ହାଇୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ହାପୁରର ସାୟାନା ଚୌପଲା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮ ଜଣ ଆହତ ହୋଇଛନ୍ତି । ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ଏକ ସ୍କର୍ପିଓ ଗାଡ଼ି ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନାନୁଯାୟୀ, ଦିଲ୍ଲୀରୁ ବିଜନୌର ଯାଉଥିବା ଏକ ସ୍କୋର୍ପିଓ କାର ହଠାତ୍ ଏକ ଗାଈ ସହିତ ଧକ୍କା ହୋଇଥିଲା । ଗାଈକୁ ବଞ୍ଚାଇବାକୁ ଯାଇ ସ୍କୋର୍ପିଓ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ରାସ୍ତାର ଅନ୍ୟ ଦିଗରୁ  ବିଜନୌରରୁ ଦିଲ୍ଲୀ ଯାଉଥିବା ଆଉ ଏକ କାର ସହ ଧକ୍କା ହୋଇଥିଲା । ଜଣେ ସ୍କୁଟର ଆରୋହୀ ମଧ୍ୟ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଫଳରେ ଏହି ଦୁର୍ଘଟଣାରେ ୩ ଜଣଙ୍କର ଅତ୍ୟନ୍ତ ଦୁଃଖଦ ମୃତ୍ୟୁ ଘଟିଥିଲା ଓ ୮ ଜଣ ଆହତ ହୋଇଥିଲେ ।

ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିସହ ମୃତକଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ସୂଚନା ଦେଇଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *

Back to top button