ରାଜ୍ୟ
ସମ୍ବଲପୁର କୋର୍ଟକୁ ବୋମା ଧମକ, କୋର୍ଟ ପରିସରରେ ହଇଚଇ

କୋର୍ଟକୁ ପୁଣି ବୋମା ଧମକ । ସମ୍ବଲପୁର କୋର୍ଟକୁ ବୋମା ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ ଆସିଛି । ଧମକ ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମା ଧମକ ମିଳିଛି । କୋର୍ଟ ପରିସରକୁ ତୁରନ୍ତ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ୪ ଥର ଧମକ ଆସିଲାଣି ।
ବାରମ୍ବାର ଏଭଳି ଧମକ ଆସୁଥିବାରୁ ଚିନ୍ତା ବଢ଼ିଛି । ଧମକପୂର୍ଣ୍ଣ ଇ-ମେଲ୍ର ଉତ୍ସ ଖୋଜିବା ପାଇଁ ସାଇବର ଟିମ୍ ସହାୟତାରେ ତଦନ୍ତ ଚାଲିଛି । ଘଟଣାର ପ୍ରକୃତ କାରଣ ଓ ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ତଦନ୍ତ ପରେ ସ୍ପଷ୍ଟ ହେବ । କୋର୍ଟର କାର୍ଯ୍ୟକଳାପ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି ।




