ଦୁର୍ଘଟଣା

ଗଛରେ ପିଟିହେଲା ବୋଲେରୋ, ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି

ଗଛରେ ପିଟିହେଲା ବୋଲେରୋ । ଚାପି ହୋଇଗଲେ ଡ୍ରାଇଭର । ୨ ଘଣ୍ଟା ପରେ କଟରରେ କାଟି ଗାଡି ଭିତରୁ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କଲେ ଲୋକ । କଳାହାଣ୍ଡି କେସିଙ୍ଗା ଥାନା ଖଜୁରୀପଡା ଜାତୀୟ ରାଜପଥ ୨୬ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଭବାନୀପାଟଣା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଡ଼ିଟି ବଲାଙ୍ଗିର ପଟୁ ଆସୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଖବରପାଇ କେସିଙ୍ଗା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା ।

ସୂଚନାଯୋଗ୍ୟ, ସୋମବାର ରାତିଅଧରେ ରାଜଧାନୀ ଭୁବନେଶ୍ୱରରେ ଏକ ମର୍ସିଡିଜ୍ ଆତଙ୍କ ଖେଳାଇଥିଲା । ବାଇକ ଚାଳକକୁ ଧକ୍କା ଦେଇ ୧୦୦ ମିଟର ଘୋଷାଡି ନେଲା ମର୍ସିଡିଜ୍ । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଏହି ଛାତିଥରା ଦୁର୍ଘଟଣା ଶାସ୍ତ୍ରୀନଗର ଛକରେ ଦେଖିବାକୁ ମିଳିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଦୁର୍ଘଟଣା ଘଟାଇଥିବା କାର ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

Back to top button