ହାଇଜ୍ୟାକ୍ ଜାହାଜରୁ ୧୫ ଭାରତୀୟ ସୁରକ୍ଷିତ ଉଦ୍ଧାର – Sahana Mela

[ad_1]
ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରୁ ‘ଏମଭି ଲୀଲା ନୋର୍ଫୋକ୍’ ପଣ୍ୟବାହୀ ଜାହାଜ ହାଇଜ୍ୟାକ୍ ଘଟଣା । ଅପହୃତ ଜାହାଜରୁ ୧୫ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇରେ ଭାରତୀୟ ନୌସେନାର ଅଭିଜ୍ଞ ସାମୁଦ୍ରିକ କମାଣ୍ଡୋ ଅପହରଣ ହୋଇଥିବା ଜାହାଜ ଏମଭି ଲୀଲା ନୋର୍ଫୋକ୍ ନିକଟରେ ପହଁଚି ସେମାନଙ୍କୁ ଉଦ୍ଧାର କରିଛନ୍ତି।ଏନେଇ ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ଯ, ଗୁରୁବାର ସନ୍ଧ୍ୟାରେ ‘ଏମଭି ଲିଲା ନୋର୍ଫୋକ୍’ ଜାହାଜରେ ୫ରୁ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ପଶି ଏହାକୁ ହାଇଜାକ କରିନେଇଥିଲେ। ଏହି ସମୟରେ ଜାହାଜଟି ଜରୁରୀକାଳୀନ ସିଗନାଲ୍ ଜାରି କରି ଏହାର ସୂଚନା ଦେଇଥିଲା। ୟୁକେଏମଟିଓ ପୋର୍ଟାଲ ଜରିଆରେ ଭାରତୀୟ ନୌସେନାକୁ ଏହାର ଖବର ମିଳିଥିଲା। ଏବେ ଭାରତୀୟ ନୌସେନା ଉକ୍ତ ଜାହାଜଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିଜର ଯୁଦ୍ଧଜାହାଜ INS ଚେନ୍ନାଇକୁ ଘଟଣାସ୍ଥଳକୁ ପଠାଇଥିଲା। ଏହାସହ ସାମୁଦ୍ରିକ ପାଟ୍ରୋଲିଂ ବିମାନ ‘ବୋଇଂ ପି-୮ ଆଇ’କୁ ମଧ୍ୟ ମୁତୟନ କରାଯାଇ ଥିଲା । କେଉଁମାନେ ଏହି ଜାହାଜକୁ ଅପହରଣ କରିଥିଲେ ସେ ବିଷୟରେ ଏ ଯାଏଁ କୌଣସି ସଠିକ ତଥ୍ୟ ମିଳିପାରିନାହିଁ।
[ad_2]