ଭାରତରେ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Realme, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Realme ଭାରତରେ ଆଉ ଏକ ବଜେଟ୍-ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Realme ଫୋନଟି ଏକ ପାୱାରଫୁଲ୍ ୮୦୦୦mAh ବ୍ୟାଟେରୀ ସହିତ ଆସିଥାଏ । କମ୍ପାନୀ ଏହାକୁ Realme Narzo 100x 5G ଭାବରେ ଉପସ୍ଥାପନ କରିଛି । ଏହି ଫୋନଟି ସ୍ୱତନ୍ତ୍ର ଭାବରେ ଯୁବପିଢ଼ିଙ୍କ ପାଇଁ ଡିଜାଇନ୍ କରାଯାଇଛି । ଏକ ପାୱାରଫୁଲ୍ ବ୍ୟାଟେରୀ ସହିତ, ଫୋନଟି ଭଲ ଫିଚର୍ସ ପ୍ରଦାନ କରେ । ଫୋନଟି ବହୁତ ସ୍ଲିମ୍ । ଏହି Realme ଫୋନଟି ଇ-କମର୍ସ ୱେବସାଇଟ୍ Amazon ମାଧ୍ୟମରେ ସେଲ୍ ପାଇଁ ଉପଲବ୍ଧ ହେବ।
ଫିଚର୍ସ:
ଏହି Realme ଫୋନଟି ୬.୮ ଇଞ୍ଚ HD+ ଡିସପ୍ଲେ ସହିତ ଆସିଛି । କମ୍ପାନୀ ଫୋନରେ ଏକ LCD ପ୍ୟାନେଲ ବ୍ୟବହାର କରିଛି, ଯାହା 144Hz ରିଫ୍ରେସ୍ ରେଟ୍ ଏବଂ ୧୨୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଫୋନଟି MediaTek Dimensity 6300 ଚିପସେଟ୍ ଦ୍ୱାରା ପରିଚାଳିତ । ଏହା 6GB ପର୍ଯ୍ୟନ୍ତ RAM ଏବଂ 256GB ଷ୍ଟୋରେଜ୍ ସପୋର୍ଟ କରେ, ଯାହାକୁ microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ।
Realme Narzo 100 Lite ପରି, ଏହି ଫୋନଟି ମଧ୍ୟ ଏକ ପାୱାରଫୁଲ୍ ବ୍ୟାଟେରୀ ସହିତ ଆସିଥାଏ । ଏଥିରେ ଏକ ବଡ଼ 8000mAh ବ୍ୟାଟେରୀ ରହିଛି । ଏହା ୪୫W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । କମ୍ପାନୀ ଫୋନର ବ୍ୟାଟେରୀ ଉପରେ ୭ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି । ଫୋନଟି ୫୦MP ମେନ୍ କ୍ୟାମେରା ଏବଂ ଏକ ସେକେଣ୍ଡାରୀ କ୍ୟାମେରା ସହିତ ଆସିଥାଏ । ଏହା ସହିତ, ଏଥିରେ ଏକ 8MP ସେଲଫି କ୍ୟାମେରା ମଧ୍ୟ ଅଛି ।
କମ୍ପାନୀ ଏହି ଫୋନରେ AI ଫିଚର୍ସ ମଧ୍ୟ ସାମିଲ କରିଛି । ଏଥିରେ AI Eraser 2.0, AI Ultra Clarity, AI Unblur, ଏବଂ AI Portrait Glow ଭଳି ଫିଚର୍ସ ରହିଛି । ଏହି Realme ଫୋନଟି Android 16 ଉପରେ ବେସ୍ଡ Realme UI 7 ସହିତ ଆସିଥାଏ । କମ୍ପାନୀ ଦୁଇ ବର୍ଷର ସଫ୍ଟୱେର୍ ଅପଡେଟ୍ ଏବଂ ତିନି ବର୍ଷର ସିକ୍ୟେୁରିଟି ଅପଡେଟ୍ ପ୍ରଦାନ କରେ । ଏଥିରେ IP65 ଡଷ୍ଟ ଏବଂ ୱାଟରପ୍ରୁଫ୍ ରେଟିଂ ରହିଛି ।
ପ୍ରାଇସ୍:
ଏହି ବଜେଟ୍-ଫ୍ରେଣ୍ଡଲି Realme ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି- 4GB RAM + 128GB ଷ୍ଟୋରେଜ୍, 6GB RAM + 128GB ଷ୍ଟୋରେଜ୍ ଏବଂ 6GB RAM + 256GB ଷ୍ଟୋରେଜ୍ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୦, ୯୯୯ ଟଙ୍କା ଥିବାବେଳେ ଅନ୍ୟ ଦୁଇଟି ଭାରିଆଣ୍ଟର ମୂଲ୍ୟ ୨୨,୯୯୯ ଏବଂ ୨୪,୯୯୯ ଟଙ୍କା ରହିଛି । ଏହି ଫୋନ୍ ସେଲରେ ୨,୦୦୦ର ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ ଏବଂ ୫୦୦ ର କୁପନ୍ ଡିସକାଉଣ୍ଟ ସାମିଲ୍।
ଏହି ଫୋନଟି ପ୍ରଥମ ଥର ପାଇଁ ୨୨ ଜୁଲାଇରେ Amazon ଏବଂ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ସେଲ୍ ପାଇଁ ଉପଲବ୍ଧ ହେବ । ଏହାକୁ ଦୁଇଟି କଲର ଅପ୍ସନରେ ଘରକୁ ଆଣିପାରିବେ ଯାହା ହେଉଛି- ଫ୍ଲାସ୍ ଅରେଞ୍ଜ ଏବଂ ମିଡନାଇଟ୍ ବ୍ଲାକ୍। ଏଥିସହ ଯଦି ଆପଣ କମ୍ ବଜେଟରେ ଏଭଳି ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ,ହି ଫୋନ୍ ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।




