ରାଜ୍ୟ

ମହାପ୍ରଭୁ ଜଗନ୍ନାଥ ରିଲିଜ୍‌ ଉପରେ ରୋକ, ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି । ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ରଥଯାତ୍ରା ନ ସରିବା ଯାଏ ଫିଲ୍ମ ରିଲିଜ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ଆନିମେସନ ଫିଲ୍ମରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଓ ପରମ୍ପରାକୁ କଦର୍ଥ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ପିଟିସନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ।

ଏହାପୂର୍ବରୁ ଗତକାଲି ଓଡ଼ିଶା ହାଇକୋର୍ଟ ଏହି ଫିଲ୍ମର ମୁକ୍ତିଲାଭ ଉପରେ ରହିତାଦେଶ ଲଗାଇଥିଲେ। ଚଳଚ୍ଚିତ୍ରଟି ଜୁଲାଇ ୧୭ ତାରିଖ ଅର୍ଥାତ୍‌ ଆଜି ଥିଏଟରରେ ମୁକ୍ତିଲାଭ କରିବାର ଥିଲା। ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ଫିଲ୍ମଟି ପ୍ରଭୁ ଜଗନ୍ନାଥ ଏବଂ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ଜଡିତ କିଛି ଦୃଶ୍ୟ, ସଂଳାପ ଏବଂ ଘଟଣାଗୁଡ଼ିକୁ ଧାର୍ମିକ ବିଶ୍ୱାସ, ଶାସ୍ତ୍ର ଏବଂ ପରମ୍ପରା ସହିତ ଅସଙ୍ଗତ ଭାବରେ ଦର୍ଶାଯାଇଛି। ଫିଲ୍ମର କିଛି ଅଂଶ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ।

Leave a Reply

Your email address will not be published. Required fields are marked *

Back to top button