ରଥଯାତ୍ରା ଦେଖିବାକୁ ଯାଇଥିବାରୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ, ଜଣେ ଛାତ୍ର ହସ୍ପିଟାଲରେ ଭର୍ତ୍ତି

୪ ଛାତ୍ରଙ୍କୁ ନିର୍ଘାତ ମାଡ଼ । ନଜଣାଇ ରଥଯାତ୍ରା ଦେଖିବାକୁ ଯାଇଥିବାରୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ଗୁରୁକୁଳ ବିଦ୍ୟାମନ୍ଦିରରୁ ଅଭିଯୋଗ ହୋଇଛି । ବିଦ୍ୟାଳୟ ହଷ୍ଟେଲରେ ଥିବା ୪ଜଣ ଛାତ୍ର କିଛି ନଜଣାଇ ରଥ ଦେଖିବା ପାଇଁ ଯାଇଥିଲେ । ଏଥିରେ ରାଗିଯାଇ ମାଡ ମାରିଲେ ଶିକ୍ଷୟିତ୍ରୀ । ଛାତ୍ରମାନେ ଦୌଡ଼ି ଦୌଡ଼ି ଯାଇ ଥାନାରେ ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।
ଏହି ଘଟଣାରେ ଜଣେ ଛାତ୍ର ଅଧିକ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଛାତ୍ରମାନଙ୍କର ମଧ୍ୟ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । ଛାତ୍ରମାନଙ୍କୁ ଶିକ୍ଷା ଦେବା ନାଁରେ ଏଭଳି ମାଡ଼ ମାରିବା ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଏହି ଘଟଣା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ ।




