ଜ୍ୟୋତିଷ

ଜୁଲାଇ ୨୬ରୁ ଶନିଙ୍କ ବକ୍ର ଗତିର ପ୍ରଭାବ ପଡ଼ିବ ଦେଶ ଦୁନିଆ ଉପରେ, କଣ ଘଟିବ ଜାଣନ୍ତୁ

ଆଉ କିଛି ଦିନ ପରେ ଶନିଙ୍କ ବକ୍ର ଗତି ଆରମ୍ଭ ହେବ । ଜୁଲାଇ ୨୬ ତାରିଖରୁ ଶନି ଦେବ ବକ୍ରି ହେବେ । ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିବ । ନ୍ୟାୟ  ଓ ଧର୍ମର ଦେବତା ଭାବେ ପରିଚିତ ଶନିଦେବଙ୍କର ଏହି ବକ୍ର ଗତି ପ୍ରାୟ ୧୪୦ ଦିନ ପର୍ଯ୍ୟନ୍ତ ରହିବ । ଯାହାର ପ୍ରଭାବ କେବଳ ରାଶି ଉପରେ ନୁହେଁ ଦେଶ ଦୁନିଆ ଉପରେ ବି ପଡ଼ିବ ।

ଲୋକେ ଟେନସନରେ ରହିବେ

ଶନିଙ୍କର ଏହି ବକ୍ର ଗତି ଯୋଗୁଁ  ମଣିଷ ଓ ପଶୁପକ୍ଷୀଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଲୋକଙ୍କ ଭିତରେ ଉତ୍କଣ୍ଠା ପ୍ରକାଶ ପାଇବ । ପ୍ରତ୍ୟେକ କଥାକୁ ନେଇ ସମସ୍ତେ ବ୍ୟଗ୍ର ହୋଇ ପଡ଼ିବେ । ଫଳରେ ବିନା କାରଣରେ ଉତ୍ତେଜନା ମଧ୍ୟ ଦେଖା ଦେବ । ତେଣୁ ସମସ୍ତେ ନିଜ ନିଜ ମନକୁ ଶାନ୍ତ ରଖିବାକୁ ଜ୍ୟୋତିର୍ବିଦମାନେ ପରାମର୍ଶ ଦେଇଛନ୍ତି ।

ଦେଶ ପାଇଁ କଣ ରହିଛି

ତେବେ ଏହି ସମୟଟି ମକର ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇ ପାରେ । ଚାକିରି, ବ୍ୟବସାୟରେ ଲାଭ ହେବ । ମକର ସମେତ ସିଂହ ଓ ବୃଷ ରାଶି ପାଇଁ ମଧ୍ୟ ଭଲ ସମୟ । ସେହିପରି ଆମ ଦେଶ ପାଇଁ କିଛି ନୂଆ ଯୋଜନା ଏବଂ ନୂଆ କାର୍ଯ୍ୟକ୍ରମ କରିବାର ସୁଯୋଗ ରହିଛି । ସେ ସୀମା ସୁରକ୍ଷା ହେଉ କି ଆଭ୍ୟନ୍ତରୀଣ ବିକାଶର କଥା, ଏହି ସମୟରେ ଏ ସମ୍ପର୍କିତ ପଦକ୍ଷେପ ନେବା ମଙ୍ଗଳକାରୀ ହେବ ।

ଭୂମିକମ୍ପ, ଭୂସ୍ଖଳନ

ତେବେ ଶନିଙ୍କ ଏହି ବକ୍ର ଗତି ସମୟରେ ବିଶ୍ବରେ ଅନେକ ପ୍ରାକୃତିକ ଦୁର୍ବିପାକ ଘଟିବ । ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଏବଂ ଭୂମିକମ୍ପ ଭଳି ଘଟଣା ବଡ଼ ବିପଦ ଆଣି ପାରେ । ଯାହା ଦେଶ ଦୁନିଆରେ ବହୁ ପରିମାଣରେ କ୍ଷତି ଘଟାଇ ପାରେ । ତେବେ ଜ୍ୟୋତିଷମାନଙ୍କ ଏହା କଥାର କୌଣସି ଆଧାର ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button