ଖେଳ ଖବର

ଭାରତର ପୂର୍ବତନ କୋଚ ଗ୍ରେଗ୍ ଚାପେଲଙ୍କ ଆର୍ଥିକ ସ୍ଥିତି ଶୋଚନୀୟ, ଫଣ୍ଡରେଜ କଲେ ସାଙ୍ଗମାନେ – Sahana Mela

[ad_1]


ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟର ପୂର୍ବତନ କୋଚ ତଥା ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ତଥା କୋଚ୍ ଗ୍ରେଗ୍ ଚାପେଲ୍ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବନ୍ଧୁମାନେ ତାଙ୍କ ପାଇଁ ଏବେ ପାଣ୍ଠି ସଂଗ୍ରହ କରିବା ପାଇଁ ଏକ GoFundMe ପୃଷ୍ଠାର ଶୁଭାରମ୍ଭ କରିଛନ୍ତି।

ଚାପେଲ କହିଛନ୍ତି ଯେ ସେ ବିଳାସପୂର୍ଣ୍ଣ ଜୀବନ ବିତାଉନାହାନ୍ତି। କେବଳ ସେ ଏକା ନୁହଁନ୍ତି ତାଙ୍କ ସମୟର ଆହୁରି ଅନେକ ଖେଳାଳି ଖରାପ ଆର୍ଥିକ ସ୍ଥିତିରେ ଅଛନ୍ତି। ସେ ବିଶ୍ୱାସ ରଖିଛନ୍ତି ଯେ କ୍ରିକେଟ୍ ଖେଳ ତାଙ୍କ ପିଢ଼ିର ଖେଳାଳିଙ୍କ ଅବଦାନକୁ ସ୍ବୀକୃତି ଦେବା ପାଇଁ ଯଥେଷ୍ଟ କାମ କରି ନାହିଁ।

ଚାପେଲଙ୍କ ସାଙ୍ଗମାନେ କୁହନ୍ତି ଯେ ସେ ଯେତିକି କାମ କରୁଛନ୍ତି, ସେହି ତୁଳନାରେ ରିଟର୍ଣ୍ଣ ପାଉ ନାହାନ୍ତି। ସେମାନେ ଦର୍ଶାଇଛନ୍ତି ଯେ ସେ ଚାପେଲ ଫାଉଣ୍ଡେସନ ଚଳାନ୍ତି, ଯାହା ବାସହୀନଙ୍କ ପାଇଁ ଅର୍ଥ ଯୋଗାଡ଼ କରେ, କିନ୍ତୁ ସେ ନିଜ ପାଇଁ କୌଣସି ଅର୍ଥ ନିଅନ୍ତି ନାହିଁ।

ଚାପେଲଙ୍କ ବନ୍ଧୁମାନେ GoFundMe ପୃଷ୍ଠାରେ ୨୫୦ ହଜାର ଡଲାର ସଂଗ୍ରହ କରିବେ ବୋଲି ଆଶା ରଖିଛନ୍ତି। ଏହି ଅର୍ଥ ଚାପେଲଙ୍କ ପରବର୍ତ୍ତୀ ଜୀବନରେ ଉନ୍ନତି ଆଣିବା ପାଇଁ ବିନିଯୋଗ କରାଯିବ।

ଚାପେଲ୍ ଅଷ୍ଟ୍ରେଲିଆ କ୍ରିକେଟର ଜଣେ କିମ୍ବଦନ୍ତୀ ଖେଳାଳି। ସେ ୮୭ଟି ଟେଷ୍ଟ ମ୍ୟାଚ୍ ଖେଳି ୨୪ଟି ଶତକ ହାସଲ କରିଛନ୍ତି। ସେ ମଧ୍ୟ ୪୮ ଥର ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିଲେ। ସେ ଅଷ୍ଟ୍ରେଲିଆ କ୍ରିକେଟ୍ ହଲ୍ ଅଫ୍ ଫେମର ସଦସ୍ୟ।

୨୦୦୫ରୁ ୨୦୦୭ ଯାଏଁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଥିବା ଗ୍ରେଗ୍ ଚାପେଲଙ୍କ କାର୍ଯ୍ୟକାଳ ବିବାଦୀୟ ଥିଲା। ଦଳ ଲାଇନ ଅପରେ ଅଧିକ ପରିବର୍ତ୍ତନ କରିବାକୁ ଚାପେଲଙ୍କ ଇଚ୍ଛା ଥିଲା। ଅନେକ ପ୍ରସଙ୍ଗକୁ ନେଇ ସେ ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ମୁହାଁମୁହିଁ ହୋଇଥିଲେ ଚାପେଲ। ଶେଷରେ ଗାଙ୍ଗୁଲିଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା ଏବଂ ୨୦୦୭ କ୍ରିକେଟ୍ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଚାପେଲ ଇସ୍ତଫା ଦେଇଥିଲେ। ସେ ଟିମ୍ ଇଣ୍ଡିଆର ପ୍ରଥମ ବିଦେଶୀ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button