ଦେଶ- ବିଦେଶ

୧୫୭ ଅକ୍ଷର ବିଶିଷ୍ଟ ନବଜାତକର ନାଁ – Sahana Mela

[ad_1]


ଭାରତୀୟ ଚଳଣିରେ ନବଜାତକର ନାମକରଣ ବିଶେଷ ଗୁରୁତ୍ୱ ରଖେ । ଏଥିରେ ବଂଶ , ବୁନିଆଦ ତଥା ଗ୍ରହ,ରାଶି ଓ ନକ୍ଷତ୍ର ଚଳଣିକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ବିଦେଶରେ ଏହି ଧାରାରେ ଭିନ୍ନତା ପରିଲକ୍ଷିତ ହୁଏ । ନବଜାତକର ନାମକରଣ କରିବାକୁ ଯାଇ ଅନେକ ସମୟରେ ବାପାମାଆ ଏମିତି କିଛି କରି ବସନ୍ତି, ଯାହା ଚର୍ଚ୍ଚାକୁ ଆସିଥାଏ । ବିଶେଷକରି ନାମର ଅଧିକ ଶବ୍ଦ ବିଶିଷ୍ଟ ନାମକରଣକୁ ଗୁରୁତ୍ୱ ଦିଆଯାଇଥାଏ । ନିକଟରେ ସ୍ପେନର ରାଜା ପାରମ୍ପରିକ ଧାରାରେ ନିଜ ନବଜାତକ କନ୍ୟାର ନାମକରଣ ତ କରିଛନ୍ତି, କିନ୍ତୁ ଏହା ଏତେ ଲମ୍ବା ହୋଇଯାଇଛି ଯେ, ଶିଶୁକନ୍ୟାଟିକୁ କେଉଁ ନାମରେ ଡ଼କାଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୋସିଆଲ ମିଡ଼ିଆରେ ଏହି ଖବର ଖୁବ୍ ରୋଚକ ହୋଇଛି ।

ସ୍ପେନ୍ ରାଜା ଫର୍ଣ୍ଣାଣ୍ଡୋ ଫିଜ୍‌?-ଜେମ୍‌?ସ ଷ୍ଟୁଆର୍ଟ ନିଜ ନବଜାତ ଝିଅର ନାମକରଣକୁ ନେଇ ଜୋରସୋର ଚର୍ଚ୍ଚା । ଚର୍ଚ୍ଚାର କାରଣ ନବଜାତ ରାଜକନ୍ୟାଙ୍କ ନାମଟି ୧୫୭ ଅକ୍ଷର ତଥା ୨୫ ଶବ୍ଦ ବିଶିଷ୍ଟ । ତେବେ ନିଜ ଝିଅର ନାମକୁ ଯଥେଷ୍ଟ ଛୋଟ ନକଲେ ତାହା ନ୍ୟାୟିକ ଭାବେ ଗୃହୀତ ହେବନାହିଁ ବୋଲି ସ୍ପେନ୍‌?ର ରାଜଦମ୍ପତିଙ୍କୁ ସତର୍କ କରାଇ ଦିଆଯାଇଛି । ସ୍ପେନ୍ ରାଜା ଫର୍ଣ୍ଣାଣ୍ଡୋ ଫିଜ୍‌?-ଜେମ୍‌?ସ ଷ୍ଟୁଆର୍ଟ ନିଜ ନବଜାତ ଝିଅର ନାମକୁ ‘ସୋଫିଆ ଫର୍ଣ୍ଣାଣ୍ଡା ଡୋଲୋର, କେଟାନା ଟେରେସା ଆଞ୍ଜେଲା ଡି ଲା କ୍ରୁଜ୍ ମାଇକେଲା ଡେଲ ସେଣ୍ଟିସିମୋ ସାକ୍ରାମେଣ୍ଟୋ ଡେଲ୍ ପର୍ପେଚୁଓ ସୋକୋରୋ ଡି ଲା ସାଣ୍ଟିସିମା ଟ୍ରିନିଦାଦ ୱାଇ ଡି ଟୋଡୋସ ଲସ୍ ସାଣ୍ଟୋସ’ ରଖିଛନ୍ତି ।

ରାଜକନ୍ୟାଙ୍କର ଏହି ନାମଟି ତାଙ୍କ ମା’, ଜେଜେମା’, ଆଲବାର ପୂର୍ବତନ ରାଣୀ, ବିଭିନ୍ନ ପରିବାର ସଦସ୍ୟ ଓ ଧାର୍ମିକ ଚରିତ୍ର ପ୍ରତି ଉତ୍ସର୍ଗୀକୃତ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ, ୨୦୧୪ରେ ପରଲୋକ ଗମନ କରିଥିବା ଆଲବାର ରାଣୀ ସର୍ବାଧିକ ୫୭ ସଂଜ୍ଞା ବିଶିଷ୍ଟ ନାମ ଧାରଣ କରିଥିବାର ଗିନିସ ରେକର୍ଡ କରିଥିଲେ । ତେବେ ସରକାରୀ ଭାବେ ନବଜାତ ସ୍ପେନ୍ ରାଜକନ୍ୟାଙ୍କର ଏଭଳି ନାମର ପଞ୍ଜୀକରଣ ପାଇଁ କୌଣସି ପ୍ରାବଧାନ ନାହିଁ । ତେଣୁ ତାହାକୁ ଆବଶ୍ୟକତା ଅନୁଯାୟୀ କ୍ଷୁଦ୍ର କରିବାକୁ ରାଜଦମ୍ପତି ରାଜି ହୋଇଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button