୧୦ ଗୁରୁତ୍ତ୍ୱପୂର୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର – Sahana Mela

[ad_1]
ଭୁବନେଶ୍ୱର : ୧୦ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ବୈଠକରେ ମୋଟର ଯାନ ବକେୟା ଟିକସ ଓ ଜରିମାନାର ଏକକାଳୀନ ପରିଶୋଧ ସମେତ ମୋଟ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଫଳରେ ଦୀର୍ଘଦିନ ଧରି ବକେୟା ମୋଟର ଯାନ ଟିକସ ଓ ଜୋରିମାନା ଦେଇନଥିବା ପ୍ରାୟ ୫୦ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ ହେବେ।
ଏଥି ସହିତ ଆଜିର ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ ମଂଜୁରୀ ମିଳିଛି। ସେହିପରି ଲାଣ୍ଡ ସେଟଲମେଣ୍ଟ ନିୟମ-୧୯୮୩ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି। ଭୁବନେଶ୍ବର, ଜଟଣୀ ତହସିଲରେ ଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା।
ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ର ହେବ ସଂଶୋଧନ । ପରିବହନ ବିଭାଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ସରକାରୀ ମାନ୍ୟତା ପାଇବ ବୋର୍ଡ ହାଇସ୍କୁଲ କଟକ । ଚୌଦ୍ବାର ଓ ସମ୍ବଲପୁରରେ ପ୍ଲାଷ୍ଟିକ୍ ପ୍ରକଳ୍ପକୁ ସ୍ବତନ୍ତ୍ର ପ୍ୟାକେଜ୍ ସହିତ ଓଡ଼ିଶା ଜିଲ୍ଲା ଦେଓ୍ବାନି ଅଦାଲତ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ଅଧିନିୟମ-୨୦୦୮ରେ ସଂଶୋଧନ ହେବ। ମୋଟ୍ ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି ।
[ad_2]