କୋଲକାତା ନାଇଟ ରାଇଡର୍ସର ନେତୃତ୍ୱ ନେବେ ଶ୍ରେୟାଶ ଆୟାର – Sahana Mela

[ad_1]
କୋଲକାତା: ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଡିସେମ୍ବର ୧୯ରେ ଦୁବାଇରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଇତି ମଧ୍ୟରେ କୋଲକାତା ଶ୍ରେୟାଶ ଆୟାରଙ୍କୁ ଏହି ସିଜନ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ଆଘାତ ସମସ୍ୟା ଯୋଗୁ ସେ ୨୦୨୩ ସିଜନରେ ଖେଳି ପାରି ନ ଥିଲେ । ତାଙ୍କ ସ୍ଥାନରେ ନୀତିଶ ରାଣା ଦଳର ନେତୃତ୍ୱ ନେଇଥିଲେ । ଏଥର ନୀତିଶ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । କୋଲକାତା ଫ୍ରାଂଚାଇଜ ସିଇଓ ଭେଙ୍କି ମନ୍ସୁର ଆୟାରଙ୍କୁ ଦାୟିତ୍ୱ ଦିଆଯିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଶ୍ରେୟାଶ ଆଘାତ ସମସ୍ୟାରୁ ମୁକୁଳିବା ପରେ ଏସିଆ କପ ଓ ଦିନିକିଆ ବିଶ୍ୱକପରେ ଭାରତ ପକ୍ଷରୁ ଖେଳିଥିଲେ ।
ସେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ବିଶ୍ୱାସ ଜିତିପାରିଥିଲେ । ବିଶ୍ୱକପରେ ସେ ୧୧ ଇନିଂସରେ ୬୬.୨୫ ରନ ସଂଗ୍ରହ କରିଥିଲେ । ଶ୍ରେୟାଶ ମଧ୍ୟ କୋଲକାତା ଏଥର ଭଲ ପ୍ରଦର୍ଶନ କରିବ ବୋଲି ଦୃଢ଼ତା ସହକାରେ କହିଛନ୍ତି । କୋଲକାତା ଗତ ସଂସ୍କରଣରେ ସପ୍ତମ ସ୍ଥାନରେ ରହିଥିଲା ।
[ad_2]