ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ସାମୀ – Sahana Mela

[ad_1]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସ ବୋଲର ମହମ୍ମଦ ସାମୀ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିପାରି ନ ଥିବାରୁ ସେ ଏହି ସିରିଜରେ ଖେଳି ନ ପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତର ଅନ୍ୟ ଖେଳାଳିମାନେ ଡିସେମ୍ବର ୧୫ରେ ଗସ୍ତ କରିବେ । ସାମୀ ଏମାନଙ୍କ ସହିତ ଯିବେ ନାହିଁ ବୋଲି କ୍ରିକବଜରେ ଉଲ୍ଲେଖ ରହିଛି । ରୋହିତ, ବିରାଟ କୋହଲି, ଯଶପ୍ରୀତ ବୁମରାହ, ରବିଚନ୍ଦ୍ରନ ଅଶ୍ୱୀନ, ନବଦୀପ ସୈନୀ ଓ ହର୍ଷିତ ରାଣା ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଯିବେ । ଟି୨୦ ଓ ଦିନିକିଆ ସିରିଜ ଖେଳିଥିବା ଟିମ ଇଣ୍ଡିଆର ଜଣେ ପେସରଙ୍କୁ ସାମୀଙ୍କ ବଦଳ ଖେଳାଳି ଭାବେ ସାମିଲ କରାଯାଇପାରେ ।
ସୂଚନାଯୋଗ୍ୟ, ଦିନିକିଆ ବିଶ୍ୱକପ କ୍ରିକେଟରେ ସାମୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଚଳିତ ଟି୨୦ ସିରିଜରେ ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯାଉଛି । ଡିସେମ୍ବର ୨୬ରୁ ସେଂଚୁରିଆନରେ ଏବଂ ଜାନୁୟାରୀ ୩ରୁ କେପଟାଉନରେ ୨ଟି ଯାକ ଟେଷ୍ଟ ମ୍ୟାଚ ଖେଳାଯିବ ।
[ad_2]