ମନୋରଞ୍ଜନ

ହାପି ବାର୍ଥ ଡେ ଭାଇଜାନ: ପ୍ରଥମ ଅଡିଶନରେ ଡାଇଲଗ୍ ଶୁଣି ଚୟନକର୍ତ୍ତା କରିଥିଲେ ରିଜେକ୍ଟ – Sahana Mela

[ad_1]


ମୁମ୍ବାଇ: ଆଜି ବଲିଉଡର ସବୁଠାରୁ ଲୋକପ୍ରିୟ ତାରକା ତଥା ସଭିଙ୍କ ଭାଇଜାନ ଓରଫ୍ ସଲ୍ଲୁ ଭାଇଙ୍କ ୫୮ତମ ଜନ୍ମଦିନ । ଗତକାଲି ରାତିରୁ ସଲମାନ ନିଜ ପରିବାର ଲୋକଙ୍କ ସହ ଜନ୍ମଦିନ ଉତ୍ସବ ପାଳନ କରିଥିଲେ । ସଲମାନ ହେଉଛନ୍ତି ବଲିଉଡର ସେହି ଲୋକପ୍ରିୟ ତାରକା ମନଙ୍କ ମଧ୍ୟରୁ ଜଣେ ଯାହାର କୋଟି କୋଟି ଫ୍ୟାନ୍ସ, ଫୋଲର୍ସ । ତେବେ ସଲମାନଙ୍କୁ ଏହି ସ୍ଥାନରେ ପହଞ୍ଚିବାକୁ ଅନେକ କଠିନ ପରିଶ୍ରମ କରିବାକୁ ପଡିଥିଲା । ଏପରି ନୁହେଁ ଯେ ସଲମାନଙ୍କ ବାପା ଜଣେ ନିର୍ଦ୍ଦେଶକ ହୋଇଥିବାରୁ ତାଙ୍କୁ ଏହି ଲାଇନରେ ବିନା କଷ୍ଟରେ ପଶିବାକୁ ସୁଯୋଗ ମିଳିଯାଇଥିଲା । ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପଶିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ।

ତେବେ ଆଜି ଆମେ ଆପଣଙ୍କୁ ସଲମାନଙ୍କ ବିଷୟରେ ଏପରି କିଛି କହିବାକୁ ଯାଉଛୁ ଯାହା ହୁଏତ ବହୁତ କମ୍ ଲୋକଙ୍କୁ ଜଣାଥିବ । ସଲମାନ ତାଙ୍କର ପ୍ରଥମ ଅଡିସନରେ ହିଁ ରିଜେକ୍ଟ ହୋଇଥିଲେ । ତାଙ୍କର ଡାଇଲୋଗ ଚୟନକର୍ତ୍ତା ମାନଙ୍କୁ ପସନ୍ଦ ଆସିନଥିଲା । ପ୍ରକୃତରେ ସଲମାନ ତାଙ୍କର ପ୍ରଥମ ଫିଲ୍ମ ‘ମେନ୍ ପ୍ୟାର କିୟା’ର ଅଡିସନ ଦେବାକୁ ଯାଇଥିଲେ । ସେତେବଳେ ସେ ଏକ ନୀଳ ରଙ୍ଗର ସାର୍ଟରେ ଅଡିଶନ ସେଟ୍ ରେ ପହଞ୍ଚିଥିଲେ ।

ଏକ ସାକ୍ଷାତକାରରେ ଚଳଚ୍ଚିତ୍ର ‘ମେନ୍ ପ୍ୟାର କିୟା’ର ନିର୍ଦ୍ଦେଶକ ସୁରଜ ବଡଜାତ୍ୟା କହିଛନ୍ତି ଯେ, ଯେତେବେଳେ ସଲମାନ ପ୍ରଥମେ ଏହି ଫିଲ୍ମର ଅଡିସନ ଦେବା ପାଇଁ ଆସିଥିଲେ ସେତେବେଳେ ତାଙ୍କୁ ରିଜେକ୍ଟ କରାଯାଇଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ, ସେତେବେଳେ ରାଜଶ୍ରୀ ପ୍ରଡକ୍ସନର କୌଣସି ଚଳଚ୍ଚିତ୍ର ଭଲ ଚାଲୁନଥିଲା । ଯାହାଫଳରେ କମ୍ପାନୀର ଆର୍ଥିକ ପରିସ୍ଥିତି ଖରାପ ଥିଲା । ସେତେବେଳେ କୌଣସି ଅଭିନେତା ତାଙ୍କ ସହ କାମ କରିବାକୁ ରାଜି ହେଉନଥିଲେ ।

ବଡଜାତ୍ୟା ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ରୋଜେକ୍ଟ କରାଗଲା ସେତେବେଳେ କାହିଁକି କେଜାଣି ମତେ ଏପରି ଲାଗିଥିଲା ଏହି ପିଲା ଭିତରେ କିଛି ତ ଗୋଟେ ଖାସ ଅଛି । ଚଳଚ୍ଚିତ୍ରଟି ପାଇଁ କୌଣସି ଅଭିନେତା ନ ମିଳିବାରୁ ଶେଷରେ ୫ମାସ ପରେ ପୁଣି ଥରେ ତାଙ୍କୁ ଡାକି ଆଉଥରେ ଅଡିସନ ନିଆଗଲା । ସେଥିରେ ଚୟନ ହେବା ପରେ ସଲମାନ ତାଙ୍କ ପ୍ରଥମ ଫିଲ୍ମ ଡେବ୍ୟୁ କରିଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button