ରାଜ୍ୟ
ରାତିରୁ ଥିଲେ ନିଖୋଜ,ସକାଳେ ବିଲ ଭିତରୁ ମିଳିଲା ମୃତଦେହ – Sahana Mela

[ad_1]
ବାଲେଶ୍ୱର : ସନ୍ଧ୍ୟାରୁ ନିଖୋଜ ଥିବା ଯୁବକଙ୍କ ଆଜି ମୃତଦେହ ଉଦ୍ଧାର I ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଶମ୍ଭୁ ନାଥ ପଢିଆରୀ ଛକକୁ ଚା’ପିଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ I ଆଜି ସକାଳେ ସ୍ଥାନୀୟ ଲୋକେ ଗାଁ ଭିତରେ ଥିବା ଏକ ବିଲ ମଧ୍ୟରୁ ଶମ୍ଭୁନାଥଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା କଣ୍ଠାଳିଆ ଗାଁରେ I
ସୂଚନାନୁସାରେ,ଗତକାଲିଠାରୁ ଶମ୍ଭୁନାଥ ଚା’ପିଇବାକୁ ଯାଇ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ରାତିସାରା ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଶମ୍ଭୁନାଥଙ୍କ ମୃତଦେହ କ୍ଷେତରେ ପଡ଼ିଥିବା ଦେଖିଥିଲେ। ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି I
[ad_2]




