ସ୍ୱାସ୍ଥ୍ୟ

ସାବଧାନ ! ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି ? ହୋଇପାରେ ଓଜନ ବୃଦ୍ଧି  – Sahana Mela

[ad_1]


 ଭୁବନେଶ୍ଵର;  କ୍ଷୀର ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ ଆପଣମାନେ ଦେଖିଥିବେ, ଅନେକ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିଛି ବ୍ୟକ୍ତିଙ୍କର ଏମିତି ମଧ୍ୟ ଧାରଣା ରହିଛି ଯେ କ୍ଷୀରକୁ ଶୋଇବା ପୂର୍ବରୁ ହିଁ ପିଇଲେ, ଅଧିକ ସ୍ଵାସ୍ଥ୍ୟ ଲାଭ ମିଳିଥାଏ। 

କାରଣ କ୍ଷୀରରେ ଭିଟାମିନ୍‌ ଏ, ବି୨ ଏବଂ ବି୧୨ ଥାଏ। ହେଲେ ଆପଣଙ୍କ ଜାଣନ୍ତି କି ଶୋଇବାର ଠିକ୍ ପୂର୍ବରୁ କ୍ଷୀର ପିିଇବା ଏକ ଖରାପ ଅଭ୍ୟାସ। ଏହା ଆପଣଙ୍କୁ ପରେ ନାନା ପ୍ରକାରର ସମସ୍ୟାରେ ପକାଇଥାଏ। 

ଶୋଇବା ପୂର୍ବରୁ ଗରମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ଆମେ ଜାଣନ୍ତି। ମାତ୍ର ମନେ ରଖନ୍ତୁ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଉଛି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଅନୁଚିତ। ଏହା ଆପଣଙ୍କ ଓଜନକୁ ବୃଦ୍ଧି କରିଥାଏ। 

 

ଗବେଷକଙ୍କ କହିବା ଅନୁଯାୟୀ,  ୩୦ ବର୍ଷ ପରେ ଶରୀରରୁ ଧୀରେ ଧୀରେ ଲେକ୍ଟେଜ୍‌ ଏନ୍‌ଜାଇମ୍‌ ହ୍ରାସ ପାଇଥାଏ। ଫଳରେ ଶରୀର କ୍ଷୀରକୁ ହଜମ କରିବାର କ୍ଷମତା ହରାଇବାକୁ ଲାଗେ। ରାତିରେ କ୍ଷୀର ପିଇ ଶୋଇଲେ ଶରୀର ପକ୍ଷେ ତାହାକୁ ହଜମ କରିବା ଆହୁରି କଷ୍ଟକର ହୋଇପଡ଼େ।

ଯଦି ଆପଣଙ୍କ ପାଚକ ପ୍ରକ୍ରିୟାରେ କୌଣସି ଅସୁବିଧା ଥାଏ ତ ଆପଣ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ବାରା ଅସୁବିଧା ଆହୁରି ବଢ଼ିଯାଏ। ଏହି କାରଣରୁ ଅତି କମ୍‌ରେ ଶୋଇବାର ୧ ଘଣ୍ଟା ପୂର୍ବରୁ କ୍ଷୀର ପିଇବା ଉଚିତ।



[ad_2]

Leave a Reply

Your email address will not be published. Required fields are marked *

Back to top button