ଦେଶ- ବିଦେଶ

ବିଗିଡିବାରେ ଲାଗିଛି ଆର୍ଥିକ ଅବସ୍ଥା, ୧୨ଟି ଅଣ୍ଡାର ମୂଲ୍ୟ ୪୦୦ଟଙ୍କା – Sahana Mela

[ad_1]


ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡିବାରେ ଲାଗିଛି ପାକିସ୍ତାନର ଆର୍ଥିକ ଅବସ୍ଥା । ପରିସ୍ଥିତି ବର୍ତ୍ତମାନ ଏପରି ଜଟିଳ ହୋଇଛି ଯେ, ଦରଦାମ୍ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି । ପରିବା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଜିନିଷ ସବୁର ଦର ବର୍ତ୍ତମାନ ୫ଗୁଣା ଅଧିକ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ଏକ ରୋଚକ ତଥ୍ୟା ସାମ୍ନାକୁ ଆସିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋର୍‌ରେ ୧୨ଟି ଅଣ୍ଡାର ମୂଲ୍ୟ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ପିଆଜ ମୂଲ୍ୟ କିଲୋଗ୍ରାମ ପ୍ରତି ୨୫୦ ଟଙ୍କାକୁ ବୃଦ୍ଧି ପାଇଛି । ଯାହାଫଳରେ ଅଧିକାଂଶ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।

ସୂଚନା ଅନୁସାରେ, ସରକାରୀ ଦର ଲାଗୁ କରିବାରେ ପ୍ରଶାସନ ବିଫଳ ହୋଇଥିବାରୁ ଏପରି ପରିସ୍ଥିତ ହୋଇଛି। ସରକାରଙ୍କ ଦ୍ୱାରା ପିଆଜ ମୂଲ୍ୟ ୧୭୫ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ପାକିସ୍ତାନୀ ଟଙ୍କାରରେ ପିଆଜ ୨୩୦ ରୁ ୨୫୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଚିକେନ ମଧ୍ୟ କିଲୋ ପ୍ରତି ୬୧୫ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ୧୨ଟି ଅଣ୍ଡାର ମୂଲ୍ୟ ୪୦୦ଟଙ୍କାକୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୩-୨୪ରେ ପୂର୍ବ ବର୍ଷ ନଭେମ୍ବର ଶେଷ ବେଳକୁ ମୋଟ ଋଣ ବୃଦ୍ଧି ପାଇ ୬୩,୩୯୯ ଲକ୍ଷ କୋଟି ପାକିସ୍ତାନୀ ଟଙ୍କା (ପିକେଆର) ହୋଇଛି। ଏହା ମଧ୍ୟରେ ଘରୋଇ କରଜ ୪୦,୯୫୬ ଲକ୍ଷ କୋଟି ଓ ଆନ୍ତରାଷ୍ଟ୍ରୀୟ କରଜରେ ୨୨,୪୩୪ ଲକ୍ଷ କୋଟି (ପିକେଆର) ସାମିଲ ରହିଛି। ଆଞ୍ଚଳିକ ସରକାରଙ୍କ ସହିତ ସମନ୍ବୟ ରକ୍ଷା କରି ଜିନିଷପତ୍ରର ଉଚିତ ମୂଲ୍ୟ ଧାର୍ଯ୍ୟ କରିବା ନିମନ୍ତେ ଗତମାସରେ ‘ଇକୋନୋମିକ୍‌ କୋଅର୍ଡିନେସନ୍‌ କମିଟି’ ‘ନ୍ୟାସ୍‌ନାଲ୍‌ ମନିଟରିଙ୍ଗ୍‌ କମିଟି’କୁ ନିର୍ଦ୍ଦଶ ଦେଇଥି‌ଲା।

 



[ad_2]

Leave a Reply

Your email address will not be published. Required fields are marked *

Back to top button