ଦେଶ- ବିଦେଶ

ଆଇପିଏଲ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଆତ୍ମହତ୍ୟା କଲେ ସ୍ତ୍ରୀ – Sahana Mela

[ad_1]


ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟୁର୍ଣ୍ଣାମେଣ୍ଟରେ ସ୍ୱାମୀ ବେଟିଂରେ ଏକ କୋଟି ଟଙ୍କା ହାଇଯାଇଥିଲେ। ଏହି ଦୁଃଖ ସହି ନପାରି ୨୩ ବର୍ଷୀୟା ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଘଟିଛି ଏହି ଘଟଣା। ଦମ୍ପତିଙ୍କର ୨ ବର୍ଷର ପୁଅ ମଧ୍ୟ ରହିଛି।

ସୂଚନା ଅନୁସାରେ ସ୍ୱାମୀ ଦର୍ଶନ ହୋସାଦୁର୍ଗ ସ୍ଥିତ ଜଳସେଚନ ବିଭାଗରେ ଆସିସଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁଥିଲେ। ଅଧିକ ଟଙ୍କା ପାଇବା ଲୋଭରେ ସେ ୨୦୨୧ରୁ ୨୦୨୩ ଯାଏ ଆଇପିଏଲର ବିଭିନ୍ନ ମ୍ୟାଚ୍‌ରେ ବେଟିଂ ଲଗାଇ ଚାଲିଥିଲେ। ବାରମ୍ବାର ହାରୁଥିଲେ ମଧ୍ୟ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଣି ବେଟିଂ ଲଗାଇବାକୁ ମଧ୍ୟ ପଛାଉ ନଥିଲେ।

ସ୍ଥିତି ଏପରି ହୋଇଥିଲା ଯେ ଦର୍ଶନ ବାବୁ ପ୍ରାୟ ୧ କୋଟି ଟଙ୍କା ଆଇପିଏଲ ବେଟିଂରେ ହାରି ଯାଇଥିଲେ। ଶେଷରେ ଋଣଦାତାମାନେ ଟଙ୍କା ମାଗିବା ଆରମ୍ଭ କରିବା ସହ ତାଙ୍କ ପତ୍ନୀ ରଞ୍ଜିତାଙ୍କୁ ହଇରାଣ କରୁଥିଲେ। ଏଥିଯୋଗୁଁ ଦମ୍ପତିଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲେ। ବାରମ୍ବାର ଋଣଦାତାଙ୍କ କଥା ଶୁଣି ନ ପାରି ରଞ୍ଜିତା ମାର୍ଚ୍ଚ ୧୮ରେ ତାଙ୍କ ଘର ଭିତରେ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଛନ୍ତି। ରଞ୍ଜିତା ଏକ ସୁସାଇଡ ନୋଟ୍ ମଧ୍ୟ ଲେଖିଯାଇଛନ୍ତି। ଘଟଣାରେ ପୋଲିସ୍‌ ତଦନ୍ତ ବେଳେ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ରଞ୍ଜିତା ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ସମସ୍ତ କଥା ଉଲ୍ଲେଖ କରିଛନ୍ତି। ପୋଲିସ ତଦନୁଯାୟୀ ତଦନ୍ତ ଆରମ୍ଭ କରିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button