ଆଇପିଏଲ୍ ୨୦୨୬ ପୁରସ୍କାର ରାଶି, ଜାଣନ୍ତୁ କାହାକୁ କେତେ ମିଳିଲା

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ ୨୦୨୬ର ଟ୍ରଫି ହାତେଇଛି । ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ହରାଇ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେତା ହୋଇଛି ଆରସିବି । ଆରସିବି ଟାଇଟଲ ହାତେଇବା ପରେ ଟିମ ଉପରେ ବିସିସିଆଇ ଟଙ୍କା ବର୍ଷା କରିଛି । କେବଳ ଚାମ୍ପିଅନ୍ କିମ୍ବା ରନର୍ସଅପ୍ ଦଳ ନୁହେଁ, ବରଂ ପ୍ଲେ-ଅଫକୁ ଯାଇଥିବା ଶ୍ରେଷ୍ଠ ୪ଟି ଦଳ ଏବଂ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ମଧ୍ୟ କୋଟି କୋଟି ଟଙ୍କାର ବର୍ଷା ହୋଇଛି।
ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଚାମ୍ପିଅନ୍ ଟ୍ରଫି ସହିତ ୨୦ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ରନର୍ସଅପ୍ ହୋଇଥିବା ଗୁଜରାଟ ଟାଇଟନ୍ସ ଦଳକୁ ରନର୍ସ ଅପ୍ ପୁରସ୍କାର ରାଶି ଭାବେ ୧୩ କୋଟି ଟଙ୍କା ମିଳିଛି ।
ସେହିପରି ପ୍ଲେ-ଅଫରୁ ବାଦ୍ ପଡ଼ିଥିବା ଅନ୍ୟ ଦୁଇଟି ଦଳକୁ ମଧ୍ୟ କୋଟି କୋଟି ଟଙ୍କା ମିଳିଛି । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦକୁ ୭ କୋଟି ଟଙ୍କା ମିଳିଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସକୁ ୬.୫ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି ।
ଚଳିତ ସିଜନରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂର ଜଲୱା ଦେଖାଇ ଅଧିକାଂଶ ବଡ଼ ପୁରସ୍କାର ନିଜ ନାମରେ କରିଛନ୍ତି । ତାଙ୍କୁ ମୋଟ୍ ୪୫ ଲକ୍ଷ ଟଙ୍କା ସହିତ ଏକ କାର୍ ରାଶି ମିଳିଛି ।
ଅରେଞ୍ଜ କ୍ୟାପ୍ (ସର୍ବାଧିକ ରନ୍): ବୈଭବ ସୂର୍ଯ୍ୟବଂଶୀ (୧୦ ଲକ୍ଷ ଟଙ୍କା)
ପର୍ପଲ କ୍ୟାପ୍ (ସର୍ବାଧିକ ୱିକେଟ୍): କାଗିସୋ ରବାଡା (୧୦ ଲକ୍ଷ ଟଙ୍କା)
ମୋଷ୍ଟ ଭାଲ୍ୟୁଏବଲ୍ ପ୍ଲେୟାର୍ (MVP): ବୈଭବ ସୂର୍ଯ୍ୟବଂଶୀ (୧୦ ଲକ୍ଷ ଟଙ୍କା)
ଇମର୍ଜିଂ ପ୍ଲେୟାର୍ ଅଫ୍ ଦି ସିଜନ୍: ବୈଭବ ସୂର୍ଯ୍ୟବଂଶୀ (୧୦ ଲକ୍ଷ ଟଙ୍କା)
ସିଜନ ସର୍ବାଧିକ ଛକା: ବୈଭବ ସୂର୍ଯ୍ୟବଂଶୀ (୧୦ ଲକ୍ଷ ଟଙ୍କା)
ପ୍ଲେୟାର ଅଫ୍ ଦ ଫାଇନାଲ : ବିରାଟ କୋହଲି (୫ ଲକ୍ଷ ଟଙ୍କା)
ସିଜନ ସର୍ବାଧିକ ଚଉକା : ସାଇ ସୁଦର୍ଶନ (୧୦ ଲକ୍ଷ ଟଙ୍କା)
ସିଜନର ସର୍ବାଧିକ ଡଟ୍ ବଲ୍ : ମହମ୍ମଦ ସିରାଜ (୧୦ ଲକ୍ଷ ଟଙ୍କା)




