ମନୋରଞ୍ଜନ

ଇସ୍ରାଏଲ୍‌ର ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା, ଇସଲାମ ଆତଙ୍କବାଦ ବିରୋଧରେ ଲଢେଇକୁ କଲେ ସମର୍ଥନ – Sahana Mela

[ad_1]


ମୁମ୍ୱାଇ: ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟିଲେ ବଲିଉଡ଼ କ୍ଵିନ୍‌ କଙ୍ଗନା ରଣାୱତ୍‌। ମଙ୍ଗଳବାର ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ କାର୍ଯ୍ୟାଳୟରେ ନାଓର ଗିଲୋନଙ୍କ ସହ କଙ୍ଗନାଙ୍କ ବୈଠକ ହୋଇଥିଲା। ଦଶହରା ଅବସରରେ କଙ୍ଗନା ରାବଣପୋଡି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ। ଏହା ପରେ ସେ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ଭେଟି ଇସଲାମ ଆତଙ୍କବାଦ ବିରୋଧରେ ଲଢେଇକୁ ସମର୍ଥନ କରିଥିଲେ।

ଅଭିନେତ୍ରୀ ଏହି ବୈଠକର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି। ସେ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କ ସହ ତାଙ୍କର ସାକ୍ଷାତକାର ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଆଜି ସମଗ୍ର ବିଶ୍ୱ, ବିଶେଷ କରି ଇସ୍ରାଏଲ୍ ଏବଂ ଭାରତ ଆତଙ୍କବାଦ ବିରୋଧରେ ଯୁଦ୍ଧ କରୁଛନ୍ତି। ଗତକାଲି, ଯେତେବେଳେ ମୁଁ ରାବଣ ପୋଡି ପାଇଁ ଦିଲ୍ଲୀ ପହଞ୍ଚିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ଇସ୍ରାଏଲ୍ ଦୂତାବାସକୁ ଆସି ଆଜିର ଆଧୁନିକ ରାବଣ ଏବଂ ହମାସ ପରି ଆତଙ୍କବାଦୀଙ୍କୁ ପରାସ୍ତ କରୁଥିବା ଲୋକଙ୍କୁ ଭେଟିବା ଉଚିତ୍। ଛୋଟ ପିଲା ଏବଂ ମହିଳାମାନଙ୍କୁ ଯେଉଁଭଳି ଭାବେ ଟାର୍ଗେଟ କରାଯାଉଛି, ତାହା ଅତ୍ୟନ୍ତ ହୃଦୟ ବିଦାରକ ଓ ଦୁଃଖଦ ଘଟଣା। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆତଙ୍କବାଦ ବିରୋଧରେ ହେଉଥିବା ଏହି ଯୁଦ୍ଧରେ ଇସ୍ରାଏଲର ବିଜୟୀ ହେବ।’

ସୂଚନା ଥାଉକି, କଙ୍ଗନା ରାଜନୀତିରେ ଖୁବ୍‌ ଆଗ୍ରହୀ। ସେ ପ୍ରାୟତଃ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରନ୍ତି। ଏବେ ପୁଣିଥରେ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଅଭିନେତ୍ରୀ ନିଜର ପ୍ରତିକ୍ରିୟା ପ୍ରକାଶ କରି ଆଲୋଚନାକୁ ଆସିଛନ୍ତି।





[ad_2]

Leave a Reply

Your email address will not be published. Required fields are marked *

Back to top button