୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ଦାଦା ଘନିଆ ଗିରଫ – Sahana Mela

[ad_1]
ଭୁବନେଶ୍ୱର: ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା। ୨୪ ଘଣ୍ଟା ମଧ୍ୟରେ ଫେରାର ଅଭିଯୁକ୍ତ ଘନିଆ ଦାସକୁ ଧରିବାରେ ସଫଳ ହେଲା ଏୟାରଫିଲ୍ଡ ପୋଲିସ। ଘନିଆକୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଗତକାଲି ଶିଶୁକନ୍ୟାର ତଣ୍ଟିକାଟି ଚମ୍ପଟ ମାରିଥିଲା ଘନିଆ।
ସୂଚନାଥାଉକି, ରାଜଧାନୀ ଭୁବନେଶ୍ୱରସ୍ଥିତ ଏୟାରଫିଲ୍ଡ ଥାନା ଅଧୀନରେ ଥିବା କେଳାସାହି ବସ୍ତିରେ ସୋମବାର ସଂଧ୍ୟାରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା। ନାବାଳିକାକୁ ଅଭିଯୁକ୍ତ ଜଣଙ୍କ ପ୍ରଥମେ ଚକୋଲେଟ ଦେବାକୁ ଡାକିଥିଲା। ଏହାପରେ ଛୋଟ ଛୁଆଟିକୁ ଅସଦାଚରଣ କରିଥିଲା। ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଘନିଆ ଝିଅଟିକୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଥିଲା।
ଅଭିଯୁକ୍ତ ଘାନିଆ ଦାସ ମୃତ ଶିଶୁକନ୍ୟାଙ୍କ ସମ୍ପର୍କୀୟ ଦାଦା ବୋଲି ଜଣାପଡିଛି। ସୋମବାର ସନ୍ଧ୍ୟା ସମୟରେ ମୃତ ଶିଶୁକନ୍ୟାର ପରିବାର ଲୋକେ ଘରେ ନଥିବା ବେଳେ ଅଭିଯୁକ୍ତ ଏପରି କାଣ୍ଡ ଭିଆଇଥିଲା। ତେବେ ପରିବାର ଲୋକେ ଘରକୁ ଆସିବା ବେଳେ ଶିଶୁକନ୍ୟାଟି କ୍ଷତାକ୍ତ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।
ଘାନିଆଙ୍କୁ ଏହି ଅପରାଧ କରିଥିବା ଅଭିଯୋଗରେ ଶିଶୁକନ୍ୟାର ପରିବାର କରିଥିବା ଅଭିଯୋଗ ଆଧାରରେ ଏୟାରଫିଲ୍ଡ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ ଓ ଏୟାରଫିଲ୍ଡ ଥାନା ପୋଲିସ ଛାନ୍ଭିନ୍ ଆରମ୍ଭ କରିବା ପରେ ଆଜି ଧରାପଡିଲା ଅଭିଯୁକ୍ତ।
[ad_2]