ଦେଶ- ବିଦେଶ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା: ୧୦ କୋଟି ପରିବାରକୁ ପଠାଯିବ ନିମନ୍ତ୍ରଣ – Sahana Mela

[ad_1]


ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ହେବ ରାମ ମନ୍ଦିର ପ୍ରତିଷ୍ଠା । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ବର୍ତ୍ତମାନ ୧୦ କୋଟି ପରିବାରଙ୍କୁ ଏହି ନିମନ୍ତ୍ରଣ ପତ୍ର ପଠାଯିବାର ଯୋଜନା ରହିଛି । ଏନେଇ ଆଜି (ସୋମବାର) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ସଭାପତି ଆଲୋକ କୁମାର ।

ଆଲୋକ କୁମାର କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ରର ଆହ୍ବାନ କ୍ରମେ ଆମେ ଦେଶ ଓ ବିଦେଶରେ ୧୦ କୋଟିରୁ ଅଧିକ ପରିବାରକୁ ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରାଯିବ । ଆସନ୍ତା ଜାନୁଆରୀରେ ପ୍ରାୟ ୪ ହଜାର ସାଧୁସନ୍ଥ, ଭିଏଚପିର ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା ଦେଶର ବରିଷ୍ଠ ସାମାଜିକ, ସାଂସ୍କୃତିକ ତଥା ସୃଜନଶୀଳ ନେତୃତ୍ୱ ଅଂଶଗ୍ରହଣ କରିବେ ।

୧୪ ବର୍ଷ ପରେ ପ୍ରଭୁ ଶ୍ରୀ ରାମଙ୍କ ଅଯୋଧ୍ୟାକୁ ଫେରିବା ପରେ ଆମେ ଦୀପାବଳୀ ପାଳନ କରୁଛୁ, କିନ୍ତୁ ଜାନୁୟାରୀ ୨୨ ତାରିଖ ୨୦୨୪ ମସିହାରେ ବିଶ୍ୱ ଦ୍ୱିତୀୟ ଦିପାବଳୀ ପାଳନ କରିବ ଯେତେବେଳେ ପ୍ରଭୁ ଶ୍ରୀରାମ ଦୀର୍ଘ ୫୦୦ ବର୍ଷ ପରେ ନିଜ ଜନ୍ମଭୂମୀକୁ ଫେରିବେ ।

ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ଅବଧି ଚାଲିଛି, ତେଣୁ ସମଗ୍ର ବିଶ୍ୱରୁ ସମସ୍ତ ହିନ୍ଦୁ ସମାଜ ଏହି ‘ପ୍ରାଣ ପ୍ରତୀଷ୍ଠା’ ସମାରୋହରେ ସିଧାସଳଖ ଅଂଶଗ୍ରହଣ କରିବା ଉଚିତ । ସମସ୍ତ ରାମ ଭକ୍ତଙ୍କୁ ସେହି ଦିନ ଅଯୋଧ୍ୟାକୁ ଡକାଯାଇପାରିବ ନାହିଁ, ତେଣୁ ଆମର ଆହ୍ବାନ ହେଉଛି ଯେ, ସମଗ୍ର ବିଶ୍ୱରେ ହିନ୍ଦୁମାନେ ନିଜ ଅଞ୍ଚଚଳରେ କିମ୍ବା ଗ୍ରାମରେ ନିର୍ମିତ ଥିବା ମନ୍ଦିରକୁ ଅଯୋଧ୍ୟା ବୋଲି ଭାବିବା ଉଚିତ୍ ଏବଂ ସେଠାରେ ଏକତ୍ରିତ ହୋଇ ପରମ୍ପରା ଅନୁଯାୟୀ ରୀତିନୀତିରେ ପୂଜାର୍ଚ୍ଚନା କରିବା ଉଚିତ ।

ଏହାସହ ସମ୍ମାନୀୟ ସାଧୁସନ୍ଥଙ୍କ ଦ୍ୱାରା ଦିଆଯାଇଥିବା ‘ବିଜୟ ମହା ମନ୍ତ୍ର’ “ଶ୍ରୀରାମ ଜୟ ରାମ ଜୟ ଜୟ ରାମ” ଜପ କରନ୍ତୁ, ଅଯୋଧ୍ୟାର ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖନ୍ତୁ । ପ୍ରାର୍ଥନା ଓ ଆରତୀ କରନ୍ତୁ । ଏହି ଐତିହାସିକ ଘଟଣାକୁ ଅନୁଭବ କରନ୍ତୁ ବୋଲି ଆଲୋକ କୁମାର କହିଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button