୪ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ ଆଜି: ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି – Sahana Mela
[ad_1]
ନୂଆଦିଲ୍ଲୀ: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । ୪ ରାଜ୍ୟରେ ହେବ ଭୋଟ ଗଣତି । ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅନ୍ତ । କିଏ ଜିତିବ, କିଏ ହାରିବ ଆଜି ସ୍ପଷ୍ଟ ହୋଇଯିବ । କାହାମୁଣ୍ଡରେ ବନ୍ଧାହେବ ବିଜୟ ମୁକୁଟ, କିଏ ଧରିବ ଶାସନ କମାଣ ଆଉ କେଇଘଣ୍ଟା ପରେ ସାମ୍ନାକୁ ଆସିବ । ଏଗ୍ଜିଟ ପୋଲକୁ ଦେଖିବା ପରେ କଂଗ୍ରେସ ଶିବିରରେ ଖୁସିର ମାହୋଲ । ବିଜେପି କିନ୍ତୁ କହୁଛି ସେ ବିଜୟମୁକୁଟ ତାର । ଏସବୁ ବାକ ଯୁଦ୍ଧ ଭିତରେ ଆଉ କିଛି ସମୟକୁ ଅପେକ୍ଷା । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଛତିଶଗଡ ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯିବ । ପ୍ରଥମେ ପୋଷ୍ଟାଲ ବାଲାଡ ଗଣତି ହେବ । ଏଥିପାଇଁ ୪ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଫଳଫଳ ଘୋଷଣା ପୂର୍ବରୁ କଂଗ୍ରେସ ଶିବିରରେ ଖୁସିର ଲହରି ଦେଖିବାକୁ ମିଳିଛି । ଏପରିକି କର୍ମୀମାନେ ବାଣ ଫୁଟାଇବା ଆରମ୍ଭ କଲେଣି । ଏପଟେ ବିଜେପି କହିଛି ୪ ରାଜ୍ୟ ମଧ୍ୟରୁ ୩ଟିରେ ସେ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ ।
ଫଳାଫଳ ଆସିବା ପୂର୍ବରୁ ଆମେ ୪ ରାଜ୍ୟର ସ୍ଥିତି ଜଣାଇବାକୁ ଚାହିଁବୁ । ୨୦୧୮ରେ କେଉଁ ରାଜ୍ୟରେ କେଉଁ ଦଳ କେତେ ଆସନ ପାଇଥିଲା ସେ ସମ୍ପର୍କରେ ଜାଣନ୍ତୁ ।
ତେଲେଙ୍ଗାନା-
ଟିଆରଏସ- ୮୮
କଂଗ୍ରେସ-୨୧
ବିଜେପି- ୧
ଏଆଇଏମଆଇଏମ-୮
ଅନ୍ୟ- ୧
ନିର୍ଦ୍ଦଳୀୟ-୧
ମଧ୍ୟପ୍ରଦେଶ-
ବିଜେପି-୧୨୭
କଂଗ୍ରେସ-୯୬
ବିଏସପି-୨
ନିର୍ଦ୍ଦଳୀୟ-୪
ଛତିଶଗଡ–
କଂଗ୍ରେସ-୬୮
ବିଜେପି-୧୫
ଜେସିସି-୫
ବିଏସପି-୨
ରାଜସ୍ଥାନ-
କଂଗ୍ରେସ-୧୦୦
ବିଜେପି-୭୩
ନିର୍ଦ୍ଦଳୀୟ-୧୩
ବିଏସପି-୬
ଆରଏଲପି-୩
ସିପିଆଇ(ଏମ)-୨
ବିଟିପି-୨
ଆରଏଲଡି-୧
[ad_2]