ଦେଶ- ବିଦେଶ

୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ: ୨ଟି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ – Sahana Mela

[ad_1]


ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଯାଇଛି ୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ ୨୧ ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ ୧୦୦ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ପୂର୍ବତଟ ରେଳପଥ କୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଛି ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଭିଆର ଲେନିନ୍ ବାଣିଜ୍ୟ ବିଭାଗରେ ଦକ୍ଷତା ଶିଲ୍ଡ ଗ୍ରହଣ କରିଛନ୍ତି । ସେହିପରି ପ୍ରମୁଖ ସୁରକ୍ଷା ଆୟୁକ୍ତ ଆଲୋକ ବୋହରାଙ୍କ ସହ ସୁରକ୍ଷା ବିଭାଗ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଠାରୁ ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ।

ଏହା ବ୍ୟତୀତ, ପୂର୍ବତଟ ରେଳପଥକୁ ଗୋଟିଏ ବ୍ୟକ୍ତିଗତ ପୁରସ୍କାର “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର” ମଧ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା ପ୍ରବନ୍ଧକ (ଡିଭିଜନାଲ ଅପରେସନ୍ ମ୍ୟାନେଜର) ରାନ୍ଦି ମନୋଜ ବାବୁ ବ୍ୟକ୍ତିଗତ ଭାବେ “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର” ରେଳ ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛନ୍ତି ।

ରେଳ, କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ଏବଂ ରେଳ ଓ ବୟନ ମନ୍ତ୍ରୀ ଦର୍ଶନା ଜାରଦୋଶଙ୍କ ସହିତ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବୋର୍ଡ ସଦସ୍ୟ ମାନେ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକ ମାନେ ତଥା ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟମାନେ ମଧ୍ୟ ଏହି ଉତ୍ସବରେ ଯୋଗଦାନ କରିଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button