ୟୁପିରେ ଗର୍ଭବତୀ ମହିଳାମାନଙ୍କ ଡିମାଣ୍ଡ, ରାମ ମନ୍ଦିରର ପ୍ରତିଷ୍ଠା ଦିନ ସନ୍ତାନ ଜନ୍ମଦେବୁ – Sahana Mela

[ad_1]
ଅଯୋଧ୍ୟା; ୨୨ ଜାନୁଆରୀରେ ଅଯୋଧ୍ଯାରେ ରାମମନ୍ଦିରର ଶିଳାନ୍ୟାସ ହେବ। ଯାହାକୁ ନେଇ ପୂରା ଦେଶରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ଏହି ସମୟରେ ଉତ୍ତରପ୍ରଦେଶର ଏକ ସରକାରୀ ହସ୍ପିଟାଲ ରୋଚକ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ୟୁପିର ସରକାରୀ ହସ୍ପିଟାଲରେ ଗର୍ଭବତୀ ମହିଳା ଓ ତାଙ୍କ ପରିବାରବର୍ଗ ତାଙ୍କ ଆଗାମୀ ସନ୍ତାନଙ୍କୁ ୨୨ ଜାନୁଆରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନଡେଲିଭରୀ କରାଇବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରୁଛନ୍ତି। ମହିଳାମାନଙ୍କ କହିବା ଅନୁସାରେ ଡେଲିଭରୀ ତାରିଖ ୨୨ ପୂର୍ବରୁ ଥାଉ କିମ୍ବା ପରେ କିନ୍ତୁ ତାଙ୍କ ସନ୍ତାନ ୨୨ ଜାନୁଆରୀ ପରି ପବିତ୍ର ଦିନରେ ଜନ୍ମ ନେବା ଦରକାର।
ଏ ନେଇ ୟୁପିର ଜିଏସବିଏମ୍ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ଅଧ୍ୟକ୍ଷ ଡାକ୍ତର ସୀମା ଦ୍ଵିବେଦୀ ବୟାନ୍ ଦେଇ କହିଛନ୍ତି, ‘ତାଙ୍କ ମେଡିକାଲରେ ଥିବା ଲେବର ରୁମରେ ଦିନକୁ ୧୪ ରୁ ୧୫ଟି ଡେଲିଭରୀ ହୋଇଥାଏ। କିନ୍ତୁ ୨୨ ଜାନୁଆରୀରେ ସନ୍ତାନ ପ୍ରସବ କରାଇବା ମହିଳା ଓ ତାଙ୍କ ପରିବାରବର୍ଗଙ୍କ ଅନୁରୋଧ ବଢୁଛି। ଏତେଗୁଡ଼ିଏ ସନ୍ତାନ ପ୍ରସବ ପାଇଁ ସୁବିଧା ନଥିବାରୁ ଆମେ ମହିଳାଙ୍କ ପରିଜନଙ୍କୁ ଡେଟ୍ ଆଗକୁ କିମ୍ବା ପଛକୁ ନେବା ପାଇଁ ଅନୁରୋଧ କରୁଛୁ।‘
ସୂଚନାଯୋଗ୍ୟ, ମେଡିକାଲରେ ଥିବା ଗର୍ଭବତୀ ମହିଳାଙ୍କ କହିବା ଅନୁସାରେ ‘୧୦୦ ବର୍ଷ ଧରି ରାମ ମନ୍ଦିରର ଅପେକ୍ଷା କରାଯାଇଥିଲା। ଆମେ ବି ଚାହୁଁଛୁ, ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଆମ ଘରକୁ ରାମଲଲାଙ୍କ ଆଗମନ ହେଉ।‘
ତେବେ ମେଡିକାଲରେ ଗୋଟିଏ ଦିନରେ ୧୪ ରୁ ୧୫ ଡେଲିଭରୀ ସୁବିଧା ରହିଥିବାବେଳେ ୨୨ ଜାନୁଆରୀରେ ୩୦ଟି ଶିଶୁଙ୍କ ଡେଲିଭରୀ ପାଇଁ ମେଡିକାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
[ad_2]