ରାଜ୍ୟ

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଅଳ୍ପକେ ବର୍ତିଲେ ରୋଗୀ – Sahana Mela

[ad_1]

କଳାହାଣ୍ଡି : ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଥିଲା । ଏମ୍‌ସିଏଚ୍‌ କୋଠାର ଚତୁର୍ଥ ମହଲାରେ ହଠାତ୍‌ ନିଆଁ ଲାଗି ଜୋରରେ ବାହାରିଲା ଧୂଆଁ । ନିଆଁ ଦେଖି ରୋଗୀ ପାଟି କରିଥିଲେ । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ନିଆଁ ଲାଗିବା ପରେ ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୋଲିସ୍ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ତେବେ କ୍ଷୟକ୍ଷତି ଓ ଆହତ ନେଇ ସ୍ପଷ୍ଟ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

[ad_2]

Leave a Reply

Your email address will not be published. Required fields are marked *

Back to top button