ରାଜ୍ୟ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ଟିମ୍

ଖୋର୍ଦ୍ଧା ୩୦/୦୯: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ। ଅଭିଯୋଗ ପ୍ରକୋଷ୍ଠରେ ଥିବା ଇନଭଟର ବ୍ୟାଟେରି ଫାଟି ଲାଗିଲା ନିଆଁ। ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ଘଟଣାସ୍ଥଳରେ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡିଛି।ଅଳ୍ପକେ କାର୍ଯ୍ୟାଳୟର କାଗଜପତ୍ର ଜଳିଯିବାରୁ ବଞ୍ଚି ଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଘଟଣା ସ୍ଥଳର ସ୍ଥିତି ନୀରିକ୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button