ଦେଶ- ବିଦେଶ

ଗୁଜୁରାଟରେ ପ୍ରକୃତିର ତାଣ୍ଡବ : ଅଦିନିଆ ବର୍ଷା, ବଜ୍ରପାତ ନେଲା ୧୪ ଜୀବନ – Sahana Mela

[ad_1]


ନୂଆଦିଲ୍ଲୀ : ଗୁଜୁରାଟରେ ପ୍ରକୃତିର କରାଳ ତାଣ୍ଡବ  । ଅଦିନିଆ ବର୍ଷା ବିତ୍ପାତ୍ତ ଜନଜୀବନକୁ ଦୁର୍ବିଶୟ କରିପକାଇଛି । ପୁରା ଭୟଭୀତ ହୋଇପଡିଛି ଲୋକ । ବର୍ଷା ସାଙ୍ଗକୁ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ଜୀବନ ଯାଇଛି । ଗୁଜୁରାଟର ଅମରେଲି, ସୁରେନ୍ଦ୍ର ନଗର , ମେହସାଣ, ବୋଟାଡ, ପଞ୍ଚମହଲ, ଖେଡା, ସବରକାଣ୍ଟା , ସୁରତ ଏବଂ ମହମ୍ମଦାବାଦରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି  ।ଗତକାଲି ଏ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଥିବା ପାଣିପାଗ ବିଭାଗ  ।

ଏସବୁ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା , ବଜ୍ରପାତ ସହ ୫୦କିମି ବେଗରେ ପବନ ବୋହିଥିଲା । ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଗତକାଲି ବଜ୍ରପାତରେ ନାବାଳିକା ସମେତ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସୁରଟ ରେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button